ବଜାରକୁ ଆସିଲା ଆଇଓସିଏଲର ‘ହାଇ-ପର୍ଫର୍ମାନ୍ସ ଲୁବ୍ରିକାଣ୍ଟ

ଭୁବନେଶ୍ୱର : ବଜାରକୁ ଆସିଲା ଇଣ୍ଡିଆନ ଅଏଲର ‘ହାଇ-ପର୍ଫର୍ମାନ୍ସ ଲୁବ୍ରିକାଣ୍ଟ । ଗ୍ରାହକମାନଙ୍କୁ ବିଶ୍ୱସ୍ତରୀୟ ଉତ୍ପାଦ ଯୋଗାଇ ଦେବାକୁ ଭାରତୀୟ ତୈଳ ନିଗମ ନିଜର ଉଦ୍ୟମ ଜାରି ରଖିଥିବା ବେଳେ କମ୍ପାନୀ ଦ୍ୱାରା ସଦ୍ୟ ପ୍ରସ୍ତୁତ ଦୁଇଟି ଉଚ୍ଚକୋଟିର ଲୁବ୍ରିକାଣ୍ଟଏକ ଉଚ୍ଚକୋଟିର ସିନ୍ଥେଟିକ୍ ଇଞ୍ଜିନ୍ ଅଏଲ ଭାବେ ଉଭୟ ପେଟ୍ରୋଲ ଏବଂ ଡିଜେଲ କାର୍/ ଏସ୍ୟୁଭି/ଏମ୍ୟୁଭି ଏବଂ ଏମ୍ପିଭି ପାଇଁ ଲାଭଦାୟକ ହେବ । ଏହି ତୈଳ ବ୍ୟବହାର ଦ୍ୱାରା ୨ ପ୍ରତିଶତ ହାରରେ ଜଳେଣି ସଞ୍ଚୟ କାରାଯାଇପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ସେହିପରି ସର୍ଭୋ ସୁପର ମାଇଲ ଲୁବ୍ରିକାଣ୍ଟ ମଧ୍ୟ ଏକ ପ୍ରିମିୟମ୍ ଇଞ୍ଜିନ ଅଏଲ ଭାବେ କେବଳ ଡିଜେଲ ଇଞ୍ଜିନ୍ ବ୍ୟବହାର ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି କୁହାଯାଇଛି ।ଏଗୁଡିକ ୧,୫ ଏବଂ ୭ଲିଟର ପ୍ୟାକ୍ରେ ଉପଲବ୍ଧ ହେଉଛି ।