ଫେବୃଆରୀ ୧୫ରେ ବାରବାଟୀ ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବ ଟି-୨୦ ମ୍ୟାଚ୍

ବାରବାଟୀ ଷ୍ଟାଡିୟମକୁ ଫେରିଛି ଅନ୍ତର୍ଜାତୀୟ ମ୍ୟାଚ୍

କଟକ  : ଦୀର୍ଘ ପ୍ରତୀକ୍ଷା ପରେ କଟକ ବାରବାଟୀ ଷ୍ଟାଡିୟମକୁ ଫେରିଛି ଅନ୍ତର୍ଜାତୀୟ ମ୍ୟାଚ୍ । ଦୁଇ ବର୍ଷରୁ ଅଧିକ ସମୟ ପରେ ବାରବାଟୀରେ ଆସନ୍ତା ବର୍ଷ ଫେବୃଆରୀ ୧୫ରେ ବାରବାଟୀ ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବ ଟି-୨୦ ମ୍ୟାଚ୍ । ଭାରତୀୟ କ୍ରିକେଟ୍ ଦଳର ଘରୋଇ ଶୃଙ୍ଖଳାର ଖେଳସୂଚୀ ପ୍ରସ୍ତୁତ ହୋଇଛି । ଖେଳସୂଚୀ ଅନୁସାରେ କଟକର ବାରବାଟୀ ଷ୍ଟାଡିୟମରେ ୨୦୨୨ ଫେବୃଆରୀ ୧୫ରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୩ ମ୍ୟାଚ୍ ଶୃଙ୍ଖଳାର ପ୍ରଥମ ଟ୍ୱେଣ୍ଟି୨୦ ମ୍ୟାଚ୍ ଖେଳାଯିବ । ଆଜି ଦୁବାଇରେ ବିସିସିଆଇ ଆପେକ୍ସ କାଉନସିଲ ବୈଠକରେ ଖେଳସୂଚୀ ଉପରେ ଚୂଡ଼ାନ୍ତ ମୋହର ବାଜିଛି ।

୨୦୨୧-୨୦୨୨ ଘରୋଇ କ୍ରିକେଟ୍ ଋତୁ ଲାଗି ବିସିସିଆଇ ଆନ୍ତର୍ଜାତିକ ଖେଳସୂଚୀ ପ୍ରସ୍ତୁତ କରିଛି । ଏହା ଅନୁସାରେ ୪ଟି ଦଳ- ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ୍‌, ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା ଭାରତ ଗସ୍ତରେ ଆସିବେ । ଏହି ୪ଟି ଗସ୍ତ ପାଇଁ ବିସିସିଆଇ ଖେଳସୂଚୀ ପ୍ରସ୍ତୁତ କରିଛି । ପୂରା ଖେଳସୂଚୀ ସହ କେଉଁଦିନ କେଉଁ ମ୍ୟାଚ୍ କେଉଁ ସହରରେ ଖେଳାଯିବ; ବିସିସିଆଇ ତାହାର ନିଷ୍ପତ୍ତି ନେଇଛି । ବିସିସିଆଇ ଏହି ଖେଳସୂଚୀ ଆନୁଷ୍ଠାନିକ ଭାବେ ଜାରି କରିଛି ।

india indies t20 match will be played on 15th February in cuttack barabati stadium