ଆଇଡ଼ିବିଆଇ ବ୍ୟାଙ୍କ କମାଇଲା ସୁଧହାର

ମୁମ୍ବାଇ: ଚଳିତ ମାସ ପ୍ରଥମ ସପ୍ତାହରେ ଆରବିଆଇ ପକ୍ଷରୁ ରେପୋହାର ହ୍ରାସ କରିବା ପରେ ବିଭିନ୍ନ ବ୍ୟାଙ୍କ ପକ୍ଷରୁ ସୁଧହାର ହ୍ରାସ କରାଯାଇଛି । ପୂର୍ବରୁ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଋଣ ସୁଧହାର ହ୍ରାସ କରାଯାଇଥିବାବେଳେ ଆଉ ଏକ ରାଷ୍ଟ୍ରାୟତ ବ୍ୟାଙ୍କ ଆଇଡିବିଆଇ ମଧ୍ୟ ସୁଧହାର ବା ମାର୍ଜିନାଲ କଷ୍ଟ ବେସଡ ଲେଣ୍ଡିଂ ରେଟ (ଏମସିଏଲଆର) ହ୍ରାସ କରିଛି ।

ଓଭରନାଇଟ୍ ଏମସିଏଲଆର .୫% ହ୍ରାସ କରାଯାଇଛି । ପୂର୍ବରୁ ଏହା ୭.୯୫% ଥିଲାବେଳେ ଚଳିତ ଏପ୍ରିଲ ୧୨ ତାରିଖରୁ ଏହା ହ୍ରାସ ପାଇ ୭.୯୦% ହୋଇଛି । ସେହିପରି ୧ ମାସ ମିଆଦ ବିଶିଷ୍ଟ ଋଣ ସୁଧ ହାର ପୂର୍ବରୁ ୮.୨୫% ଥିଲାବେଳେ ନୂତନ ଭାବେ ଏହା ୮.୧୫% ହୋଇଛି । ୩ ମାସିଆ ମିଆଦି ଏମସିଏଲଆର ପୂର୍ବରୁ ୮.୪୫% ଥିଲାବେଳେ ନୂତନ ଭାବେ ଏହା ୮.୪୦% ହୋଇଛି । ୬ ମାସିଆ ଉପରେ ପୂର୍ବରୁ ସୁଧ ହାର ୮.୬୫% ଥିଲାବେଳେ ଏବେ ତାହା ୮.୬୦% ହୋଇଛି । ସେହିପରି ୧ ବର୍ଷର ଋଣ ଉପରେ ପୂର୍ବରୁ ସୁଧହାର ୯.୦୫% ଥିଲାବେଳେ ନୂଆ ଭାବେ ଏହା ୯.୦୦% ଧାର୍ଯ୍ୟ କରାଯାଇଛି । ୨ ବର୍ଷିଆ ଓ ୩ ବର୍ଷିଆ ଋଣ ଉପରେ ପୂର୍ବରୁ ସୁଧହାର ୯.୩୦% ଥିଲାବେଳେ ଏବେ ଏହା ଯଥାକ୍ରମେ ୯.୨୫% ଓ ୯.୩୦% ହୋଇଛି ।