ହାଇଦ୍ରାବାଦ ଗଣଦୁଷ୍କର୍ମ ଅଭିଯୁକ୍ତଙ୍କୁ ଏନକାଉଂଟର ପରେ ବଲିଉଡ ସେଲିବ୍ରେଟିଙ୍କ ପ୍ରତିକ୍ରିୟା

ମୁମ୍ବାଇ: ହାଇଦ୍ରାବାଦ ପଶୁଡାକ୍ତର ପ୍ରିୟଙ୍କା ରେଡ୍ଡିଙ୍କୁ ଗଣଦୁଷ୍ମର୍ମ ଓ ପୋଡ଼ି ମାରିବା ଘଟଣାର ୪ଜଣ ମୁଖ୍ୟ ଅଭିଯୁକ୍ତ ଆଜି ପୋଲିସ ଏନକାଉଣ୍ଟରରେ ନିହତ ହୋଇଛନ୍ତି । ଏହାକୁ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମିଳିଛି । ପୋଲିସକୁ ଏହି ମହାନ କାର୍ଯ୍ୟ ପାଇଁ ବାହାଦୁରୀ ସମ୍ମାନ ମିଳିବା ଦରକାର ବୋଲି ମଧ୍ୟ ପ୍ରଶଂସା କରାଯାଇଛି । 

ଏହାକୁ ନେଇ ଫିଲ୍ମ ମେକର ଅଶୋକ ପଣ୍ଡିତ କହିଛନ୍ତି ଯେ, ତେଲେଙ୍ଗାନା ପୋଲିସ ଉପରେ କୈାଣସି ପ୍ରଶ୍ନ ଉଠିବା ଉଚିତ ନାହିଁ । ବଳାତ୍କାରୀ ଓ ହତ୍ୟାକାରୀଙ୍କୁ ଉଚିତ ଦଣ୍ଡ ଦେଇଛି ପୋଲିସ । କେବଳ ଏତିକି ନୁହେଁ ପୋଲିସକୁ ଏହି ମହାନ କାର୍ଯ୍ୟ ପାଇଁ ବାହାଦୁରୀ ସମ୍ମାନ ଉଚିତ ବୋଲି ସେ କହିଛନ୍ତି । ସେହିପରି ଋଷି କପୁର ମଧ୍ୟ ତେଲେଙ୍ଗାନା ପୋଲିସଙ୍କୁ ପ୍ରଶଂସା କରି ଧନ୍ୟବାଦ ଜଣାଇଛନ୍ତି ।

ଅଭିନେତା ଅନୁପମ ଖେର ଏହି ଏନକାଉଣ୍ଡରକୁ ନେଇ ଅଭିନନ୍ଦନ ଜଣାଇବା ସହ ଜୟ ହୋ ବୋଲି କହିଛନ୍ତି । ଏପରି ନୀନ୍ଦନୀୟ ଘଟଣା ଘଟାଇଥିବା ଅପରାଧୀଙ୍କୁ ପୋଲିସ ଉଚିତ ଦଣ୍ଡ ଦେଇଥିବା ସେ କହିଛନ୍ତି ।