ନର୍ସ ସ୍ତ୍ରୀକୁ ହତ୍ୟା କରି ଶବକୁ ଧରି ରାତିସାରା ଶୋଇଲା ସ୍ୱାମୀ,ଜାଣନ୍ତୁ କଣ କାରଣ

ଶାରୀରିକ ସଂପର୍କ ଲାଗି ମନା କରିବାରୁ ଗର୍ଭବତୀ ସ୍ତ୍ରୀର ତଣ୍ଟି ଚିପି ହତ୍ୟା

ମୁମ୍ବାଇ: ନିଜର କାମନା ଲାଳସା ପୁରଣ ନହେଲେ ମଣିଷ ଯେ ଏତେ ତଳ ସ୍ତରକୁ ଖସିପାରେ ଏମିତିକି ନିଜ ପତ୍ନୀକୁ ହତ୍ୟା କରିପାରେ , ଅବିଶ୍ୱାସ ହେଲେ ବି ସେମିତି ଏକ ଖବର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଖବର ଘଟିଛି ଆମୋରଗାରେ ।
ମଣିଷ ନିଜର ସୁଖ ପାଇଁ ଏମିତି ବି କରିପାରେ । ଏହି ସୁଖରୁ ବାଦ ପଡ଼ିଲା ବୋଲି ନିଜ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରିଛି ସ୍ଵାମୀ । ଏହିଭଳି ଅଭାବନୀୟ ଘଟଣା ଘଟିଛି ଉସମାନବାଦ ଆମୋରଗାରେ । ଜଣେ ଗର୍ଭବତୀ ନର୍ସ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରିଛି ସ୍ଵାମୀ । ବିନୋଦ ନାମକ ଜଣେ ଯୁବକ ପ୍ରିୟଙ୍କା ନାମକ ଜଣେ ନର୍ସକୁ ବିବାହ କରିଥିଲେ । ବିନୋଦ ବୋରଓ୍ଵେଲ ଏଜେଣ୍ଟ ଭାବେ କାମ କରୁଥିବା ବେଳେ ପ୍ରିୟଙ୍କା ତୁଲଜାପୁର ହସପିଟାଲରେ ନର୍ସଭାବେ କାମ କରୁଥିଲେ ।
ଶୁକ୍ରବାର ରାତିରେ ବିନୋଦ ଶୋଇବାକୁ ଯିବା ବେଳେ ସ୍ଵାମୀ-ସ୍ତ୍ରୀଙ୍କ ଭିତରେ ଝଗଡ଼ା ହୋଇଥିଲା । ପ୍ରିୟଙ୍କା ଗର୍ଭବତୀ ଥିବାରୁ ବିଶ୍ରାମ ନେବାକୁ ଚାହୁଁଥିଲା । କିନ୍ତୁ ବିନୋଦ ଚାହୁଁଥିଲା ପ୍ରିୟଙ୍କା ସହ ରଖିବାକୁ ଶାରୀରିକ ସଂପର୍କ . ଏହି ଘଟଣାକୁ ନେଇ ପରସ୍ପର ମଧ୍ୟରେ ଲାଗିଥିଲା ଝଗଡ଼ା । ବିନୋଦ ଉତକ୍ଷିପ୍ତ ହୋଇ ପ୍ରିୟଙ୍କାର ତଣ୍ଟି ଚିପି କରିଥିଲା ହତ୍ୟା । ହତ୍ୟା କରିବା ପରେ ରାତିସାରା ପ୍ରିୟଙ୍କା ପାଖରେ ଶୋଇଥିଲା ବିନୋଦ । ଏହି ସମୟରେ ସେ ଅନେକଥର ପ୍ରିୟଙ୍କା ସହ ଶାରରିକ ସଂପର୍କ ରଖିଥିବା କଥା ଥାନାରେ ସ୍ଵୀକାର କରିଛି ବିନୋଦ । ପ୍ରିୟଙ୍କାକୁ ହତ୍ୟା କରିବା ପରେ ନିଜେ ଥାନାରେ ଆତ୍ମସମର୍ପଣ କରିଥିଲା ବିନୋଦ । ରାତିରେ ଘଟିଥିବା ସମସ୍ତ ଘଟଣା କହିବା ପରେ ବିନୋଦକୁ ଗିରଫ କରିଛି ପୋଲିସ ।