ନିର୍ବାଚନ ପୂର୍ବରୁ ବିପୁଳ ଅସ୍ତ୍ରଶସ୍ତ୍ର, ୨ କୋଟି ଟଙ୍କାର ମଦ ଜବତ

ଲକ୍ଷ୍ମୌ: ୨ୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଉତ୍ତର ପ୍ରଦେଶର ବୁଲନ୍ଦସହର ଅଞ୍ଚଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ଜବତ ହୋଇଛି। ଏହା ସହିତ ପୁଲିସ ବହୁ ପରିମାଣର ମଦ ଜବତ କରିଛି। ଜବତ ହୋଇଥିବା ମଦର ମୂଲ୍ୟ ପାଖାପାଖି ୨ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି। ପୁଲିସ ପକ୍ଷରୁ ସୋମବାର ନିୟମିତ ଯାଞ୍ଚ ଚାଲିଥିବାବେଳେ ବୁଲନ୍ଦସହର ଅଞ୍ଚଳରୁ ଏସବୁ ଜବତ ହୋଇଥିଲା। ଜବତ ସାମଗ୍ରୀ ମଧ୍ୟରେ ୪୦୫ ବେଆଇନ ଅସ୍ତ୍ରଶସ୍ତ୍ର, ୭୩୯ କ୍ୟାଟ୍ରିଜ୍‌, ନଗଦ ଦେଢ଼ କୋଟି ଟଙ୍କା ରହିଥିବା ସିନିୟର ଏସ୍‌ପି ଏନ. କୋଲାଞ୍ଚି କହିଛନ୍ତି।