ଦାଦା ସାହେବ ଫାଲକେ ପୁରସ୍କାର-୨୦୨୦: କିଏ କେଉଁ ପୁରସ୍କାର ପାଇଲା ଜାଣନ୍ତୁ…..

ମୁମ୍ବାଇ: ମୁମ୍ବାଇରେ ହୋଇଛି ଦାଦା ସାହେବ ଫାଲକେ ପୁରସ୍କାର-୨୦୨୦ର ଘୋଷଣା । ସିନେମା ଜଗତରେ ସେଲିବ୍ରିଟିଙ୍କ ଅବଦାନ ପାଇଁ ଏହି ପୁରସ୍କାର ଦିଆଯାଇଛି । ଏହି ପୁରସ୍କାରରେ ଏବର୍ଷ ସୁପରଷ୍ଟାର ହ୍ରିତିକ ରୋଶନ ବାଜି ମାରି ନେଇଛନ୍ତି। ତାଙ୍କୁ ‘ସୁପର-୩୦’ ଫିଲ୍ମରେ ଶାନଦାର ଅଭିନୟ ପାଇଁ ପୁରସ୍କାର ମିଳିଛି।

ତେବେ ଆସନ୍ତୁ ନଜର ପକାଇବା ଅନ୍ୟ ବିଜେତାଙ୍କ ଉପରେ…

‘ସୁପର ୩୦’ ସର୍ବଶ୍ରେଷ୍ଠ ଅଭିନେତା- ହ୍ରିତିକ ରୋଶନ

ମୋଷ୍ଟ ପ୍ରୋମିସିଂ ଆକ୍ଟର- କିଚ୍ଚା ସୁଦୀପ

ବେଷ୍ଟ ଆକ୍ଟର ଇନ ଟେଲିଭିଜନ ସିରିଜ- ଧୀରଜ ଧୂପର

ବେଷ୍ଟ ଆକ୍ଟ୍ରେସ ଇନ ଟେଲିଭିଜନ- ଦିବ୍ୟାଙ୍କା ତ୍ରିପାଠୀ

ମୋଷ୍ଟ ଫେଭରେଟ ଟେଲିଭିଜନ ଆକ୍ଟର- ହର୍ଷଦ ଚୋପ୍ରା

ମୋଷ୍ଟ ଫେଭରେଟ ଯୋଡି ଇନ ଟେଲିଭିଜନ ସିରିଜ- ସୃଷ୍ଟି ଝା ଓ ସବ୍ବୀର ଅଲୁୱାଲିୟା(କୁମକୁମ ଭାଗ୍ୟ)

ବେଷ୍ଟ ରିୟାଲିଟି ଶୋ- ବିଗ ବସ ୧୩

ବେଷ୍ଟ ଟେଲିଭିଜନ ସିରିଜ- କୁମକୁମ ଭାଗ୍ୟ

ବେଷ୍ଟ ପ୍ଲେବ୍ୟାକ ସିଙ୍ଗର ମେଲ- ଅରମାନ ମଲ୍ଲିକ

ମୋଷ୍ଟ ଫ୍ୟାଶନେବଲ ବିଗ ବସ ୧୩ କଂଟେଷ୍ଟେଂଟ- ମାହିରା ଶର୍ମା

ବେଷ୍ଟ ଆକ୍ଟ୍ରେସ ୱେବ ସିରିଜ- ଦିୟା ମିର୍ଜା (କାଫିରା)

ବେଷ୍ଟ ଆଙ୍କର-ମନୀଷ ପଲ

ବେଷ୍ଟ ଡିଜିଟାଲ ଫିଲ୍ମ-‘ୟୋର୍ସ ଟ୍ରୁଲୀ’

ଡେକେଡ ଷ୍ଟାର ୨୦୨୦- ଅନୁପମ ଖେର

ବେଷ୍ଟ ପେପରାଜି ଅଫ ଦ ଇୟର- ମାନବ ମଙ୍ଗଲାନୀ

ପ୍ରକାଶ ଥାଉକି ଗତ ବର୍ଷ ବି-ଟାଉନର ମହାନାୟକ ଅମିତାଭ ବଚ୍ଚନଙ୍କୁ ଦାଦା ସାହେବ ଫାଲକେ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଦାଦା ସାହେବ ଫାଲକେ ପୁରସ୍କାରକୁ ସିନେମାର ପିତାମହ କୁହାଯାଇଥାଏ । ଏହି ପୁରସ୍କାର ଭାରତ ସରକାରଙ୍କ ଦ୍ବାରା ଦିଆଯାଇଥାଏ । ଏହାର ଆରମ୍ଭ ୧୯୬୯ରେ ହୋଇଥିଲା । ପ୍ରଥମ ଥର ଏହି ପୁରସ୍କାର ଅଭିନେତ୍ରୀ ଦେବିକା ରାନୀଙ୍କୁ ଶାନଦାର ଅଭିନୟ ପାଇଁ ମିଳିଥିଲା।