ଭାରତର ପୂର୍ବତନ ଫୁଟବଲର ଅଶୋକ ଚାଟାର୍ଜୀଙ୍କ ନିଧନ

ନୂଆଦିଲ୍ଲୀ: ଭାରତର ପୂର୍ବତନ ଫୁଟବଲର ଅଶୋକ ଚାଟାର୍ଜୀଙ୍କ ନିଧନ । ଅନ୍ତିମ ନିଶ୍ବାସ ନେବା ସମୟରେ ତାଙ୍କୁ ୭୮ବର୍ଷ ହୋଇଥିଲା ।

ଅଶୋକ ଚାଟାର୍ଜୀ ସିନିୟର ଟିମରେ ୩୦ଟି ମ୍ୟାଚ ଖେଳିଥିଲେ । ୧୯୬୫ରେ ସେ ଜାପାନ ବିପକ୍ଷରେ ମର୍ଡେକା କପ୍‌ରେ ଡେବ୍ୟୁ ମ୍ୟାଚ ଖେଳିଥିଲେ । ୧୯୬୫ ଓ ୧୯୬୬ରେ ମର୍ଡେକା କପ୍‌ରେ ଦେଶ ପାଇଁ କାଂସ୍ୟ ପଦକ ହାସଲ କରିଥିଲେ । ସେ ଭାରତ ପାଇଁ ୧୦ଟି ଗୋଲ୍ ଦେଇଛନ୍ତି ।

ତେବେ ତାଙ୍କ ନିଧନରେ ଭାରତୀୟ ଫୁଟବଲ ମହାସଂଘର ଅଧ୍ୟକ୍ଷ ପ୍ରଫୁଲ୍ଲ ପଟେଲ ଶୋକ ବ୍ୟକ୍ତ କରି କହିଛନ୍ତି ଯେ, ଅଶୋକ ଚାଟାର୍ଜୀଙ୍କ ନିଧନ ଖବର ଶୁଣି ବହୁତ ଦୁଃଖିତ । ଭାରତୀୟ ଫୁଟବଲରେ ତାଙ୍କର ଯୋଗଦାନକୁ କେବେ ବି ଭୁଲି ହେବ ନାହିଁ।

୨୦୧୯ରେ ଫୁଟବଲର ଅଶୋକ ଚାଟାର୍ଜୀ ମୋହନ ବାଗନ ଲାଇଫଟାଇମ ଆଚିଭମେଂଟ ପୁରସ୍କାରରେ ସମ୍ମାନିତ ହୋଇଥିଲେ ।