ଜୟପୁର : କୋରାପୁଟ ମୁଣ୍ଡିପଦର ହତ୍ୟାକାଣ୍ଡ ଉପରୁ ପରଦା ହଟିଛି ।ସଂପର୍କୀୟ ଭାଇଉଉଣୀଙ୍କ ପ୍ରେମ ସଂପର୍କ କାରଣରୁ ହତ୍ୟାକାଣ୍ଡ । ଝିଅ ଧନମତି ଓ ଭଣଜା ପର୍ଶୁରାମଙ୍କୁ ହତ୍ୟା କରିଛି ମେଟା ମୁଦୁଲି। କାରଣ ଝିଅ ଓ ଭଣଜାଙ୍କ ମଧ୍ୟରେ ପ୍ରେମ ସଂପର୍କକୁ ଗ୍ରହଣ କରିପାରିନଥିଲା ସେ । କୋରାପୁଟ ଏସ୍.ପି ଏହି ହତ୍ୟାକାଣ୍ଡର ଖୁଲାସା କରିଛନ୍ତି । ହତ୍ୟାକାଣ୍ଡରେ ସାମିଲ ଥିବା ଅଭିଯୋଗରେ ମୃତ ଧନମତିର ବାପା ଓ ଭାଇ ସମେତ ମୋଟ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କୋଟପାଡ ପୋଲିସ।
ଜନ୍ମଦାତା ସାଜିଲା ହତ୍ୟାକାରୀ । ସମ୍ମାନ ପାଇଁ ରକ୍ତ ସଂପର୍କ, ସ୍ନେହ , ଶ୍ରଦ୍ଧା ସବୁ ଭୁଲିଗଲା ବାପ । ଝିଅ ଓ ଭଣଜାଙ୍କୁ ମାରିଦେଲା। କୋରାପୁଟର ମୁଣ୍ଡିପଦରରେ ମାସକ ତଳେ ଘଟିଥିବା ଅପମୃତ୍ୟୁର ଖୁଲାସା ପରେ ସାମ୍ନାକୁ ଆସିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ସୁରାକ୍ । ସାମ୍ବାଦିକ ସମ୍ମିଳନୀରେ କୋରାପୁଟ ଏସ୍.ପି ଏହି ଖଲାସା କରିଛନ୍ତି । ମୁଣ୍ଡିପଦରର ଧନମତି ମୁଦୁଲି ଓ ପର୍ଶୁରାମ ମୁଦୁଲି ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ମେଟା ମୁଦୁଲି, ତାର ପୁଅ ପୀତବାସ ସହ ମୋଟ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ଧନମତିଙ୍କ ସହ ପର୍ଶୁରାମଙ୍କର ପ୍ରେମ ସଂପର୍କ ଥିଲା । ପର୍ଶୁରାମ ସଂପର୍କରେ ମେଟା ମୁଦୁଲିଙ୍କ ଭଣଜା । ଆଉ ଝିଅ ଓ ଭଣଜାଙ୍କ ଏ ସଂପର୍କକୁ ଗ୍ରହଣ କରିପାରିନଥିଲେ ମେଟା ।କଂସଠୁ ବି ନିଷ୍ଠୁର ହୋଇଥିଲେ । ଘର ଛାଡି ପଳାଇ ଯିବା ବେଳେ ଉଭୟ ଝିଅ ଓ ଭଣଜାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରିଥିଲେ । ମୃତଦେହକୁ ଟ୍ରେନ୍ ଲାଇନ୍ରେ ଫୋପାଡି ଦେଇ ଆତ୍ମହତ୍ୟାର ରୂପ ଦେଇଥିଲେ । ଏହି ହତ୍ୟାକାଣ୍ଡରେ ମେଟାଙ୍କୁ ତାଙ୍କ ପୁଅ ପୀତବାସ ଏବଂ ୩ ସଂପର୍କୀୟ ମନବୋଧ ମୁଦୁଲି,କୃଷ୍ନ ମୁଦୁଲି ଏବଂ କମୁଳୁ ମୁଦୁଲି ସହାୟତା କରିଥିଲେ।ସମସ୍ତ ହତ୍ୟା ଅଭିଯୁକ୍ତଙ୍କୁ ଗିରଫ ସହ ହତ୍ୟାକାଣ୍ଡରେ ବ୍ୟବହୃତ ଠେଙ୍ଗା ଓ ଟାଙ୍ଗିଆ ମଧ୍ୟ ଜବତ କରିଛି ପୋଲିସ ।
ଘଟଣାର ପର୍ଦ୍ଦାଫାଶ କଲା ବୋରିଗୁମ୍ମା ପୋଲିସ
ପ୍ରେମ ସମ୍ପର୍କକୁ ବିରୋଧ କରି ହୋଇଛି ଅନରକିଲିଂ
ଘଟଣାରେ ଝିଅର ବାପା, ଭାଇ ଓ ଅନ୍ୟ ୩ ସହଯୋଗୀଙ୍କୁ ଧରିଲା ପୋଲିସ
ଗତ ଜୁନ ୨୧ ତାରିଖରେ କୁସୁମୀ ରେଲୱେ ଟ୍ରାକରୁ ମିଳିଥିଲା ମୃତଦେହ
ପ୍ରେମ ସମ୍ପର୍କକୁ ବିରୋଧ କରି ହତ୍ୟା କରିଥିଲେ ଘର ଲୋକେ
ଦିନ ୧୦ ଟାରେ ପ୍ରେସମିଟ୍ରେ ସମ୍ପୂର୍ଣ୍ଣ ବିବରଣୀ ଦେବେ କୋରାପୁଟ ଏସପି
ଗତ ମାସ ୨୦ ତାରିଖ ଦିନ ନାବାଳିକା ଧନମତି ଶୌଚ ହେବା ପାଇଁ ଯାଇ ଆଉ ଘରକୁ ଫେରିନଥିଲେ।ତା ପର ଦିନ କୁସୁମୀ ରେଳ ଟ୍ରାକ ନିକଟରୁ ଧନମତିଙ୍କ ମୃତ ଦେହ ଠାବ କରାଯାଇଥିଲା । ପାଖରେ ପଡିଥିଲା ସଂପର୍କୀୟ ଭାଇ ପର୍ଶୁରାମଙ୍କ ମୃତ ଦେହ।ପ୍ରଥମେ ଆତ୍ମହତ୍ୟା ବୋଲି ଚର୍ଚ୍ଚା ହୋଇଥିଲେ ବି ପରେ ହତ୍ୟାକାଣ୍ଡ ଅଭିଯୋଗ କରିଥିଲେ ଉଭୟ ପରିବାରର ଲୋକେ । କୋଟପାଡ ପୋଲିସ ଘଟଣାର ଛାନଭିନ କରି , ରହସ୍ୟ ଖୋଲିଛି । ପର୍ଶୁରାମଙ୍କ ପରିବାର ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ଅଭିଯୁକ୍ତଙ୍କ ଆଡୁ ଧମକ ଦିଆଯାଉଥିବା ଅଭିଯୋଗ ବି କରିଛନ୍ତି । କିନ୍ତୁ ମୁଖ୍ୟ ଅଭିଯୁକ୍ତ ମେଟାଙ୍କ ମାଆ , ପୋଲିସ ପ୍ରକୃତ ଦୋଷିକୁ ନଧରି ମାଡମାରି ତାଙ୍କ ପରିବାରକୁ ଫସାଇଥିବା କହିଛନ୍ତି ।