ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ପରଲୋକ

ଆସାମ: ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ପରଲୋକ । ୮୬ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ଦେହା ଅସୁସ୍ଥ ହେବା କାରଣରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସୋମବାର ସନ୍ଧ୍ୟାରେ ସେ ଗୋଆହାଟୀ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କର ଅବସ୍ଥା ପୂର୍ବରୁ ଅଧିକ ଦୁର୍ବଳ ହୋଇପଡିଥିଲା ।

ତରୁଣ ଗୋଗୋଇଙ୍କ ମୃତ୍ୟୁ ଖବର ଶୁଣିବା ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ତାଙ୍କ ପାଖରେ ପହଞ୍ଚିଛନ୍ତି । ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇ ଗୌହାଟୀ ମେଡିକାଲରେ ଚିକତ୍ସିତ ହୋଇ ଘରକୁ ଫରିଥିଲେ ଗୋଗେଇ । କିନ୍ତୁ ନଭେମ୍ବର ୨ରେ ସେ ପୁଣି ଅସୁସ୍ଥ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେବେଠାରୁ ସେ ଚିକିତ୍ସିତ ହେଉଥିଲେ ।

ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲେ । ତାଙ୍କର ଏକାଧିକ ଅଙ୍ଗପ୍ରତ୍ୟଙ୍ଗ କାମ କରୁନଥିବାବେଳେ ନିଃଶ୍ବାସ ନେବାରେ ସମସ୍ୟା ହେଉଥିଲା । ତରୁଣ ଗୋଗେଇ କଂଗ୍ରେସର ବରିଷ୍ଠ ନେତା ହୋଇଥିବାବେଳେ ତିନି ତିନି ଥର ଆସମର ମୁଖ୍ୟମନ୍ତ୍ରୀ ରହିଥିଲେ । ଛଅ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ ଗୋଗୋଇ ଃ