ଲକ୍‌ଡାଉନ୍ ପରେ ହେବ ପରୀକ୍ଷା

ଭୁବନେଶ୍ୱର : ଲକ୍‌ଡାଉନ୍ ସରିବା ପରେ ରାଜ୍ୟରେ ହେବ ପରୀକ୍ଷା । ଗତକାଲି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ସିବିଏସଇର ବାକି ଥିବା ପରୀକ୍ଷା କରିବାକୁ ନିଷ୍ପତି ନେବା ପରେ ରାଜ୍ୟ ସରକାର ଯୁକ୍ତ ଦୁଇ ପରୀକ୍ଷା କରିବାକୁ ପଦକ୍ଷେପ ନେଇଛନ୍ତି । ଏହି ପରୀକ୍ଷାକୁ ଛାତ୍ରଛାତ୍ରୀମାନେ ସାମାଜିକ ଦୂରତା ବଜାୟ ରଖି ଦେବେ । ସେପଟେ କିଛି କଲେଜକୁ କ୍ୱାରେନଂଟାଇନ୍ ସେଂଟର କରିବାକୁ କୁହାଯାଇଥିବାରୁ ଏହାକୁ ଭିତ୍ତି କରି ପରୀକ୍ଷା ସେଂଟର ଚୟନ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି । ସେପଟେ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଲକ୍‌ଡାଉନ୍ ପରେ କରାଯିବ ବୋଲି ସୂଚନା ମିଳିଛି । ଅନ୍ୟପଟେ ପରୀକ୍ଷାର ୧୦ ଦିନ ପୂର୍ବରୁ ଛାତ୍ରଛାତ୍ରୀମାନଙ୍କୁ ସୂଚନା ଦିଆଯିବ । ତେଣୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଏନେଇ ଚିନ୍ତିତ ହୁଅନ୍ତୁ ନାହିଁ ବୋଲି କୁହାଯାଇଛି ।