ଡ଼କ୍ଟର ଦେବ୍ ମହାନ୍ତି ପବ୍ଲିକ ସ୍କୁଲର ଦଶମ ବାର୍ଷିକ ଉତ୍ସବ

ସାଲେପୁର(ବ୍ୟୁରୋ) : କଟକ ଜିଲ୍ଲା ଖଣ୍ଡାସାହି ସ୍ଥିତ ଡ଼କ୍ଟର ଦେବ୍ ମହାନ୍ତି ପବ୍ଲିକ ସ୍କୁଲ ଦଶମ ବାର୍ଷିକ ଉତ୍ସବରାଇଜିଙ୍ଗ ଷ୍ଟାର ଅନୁଷ୍ଠିତ ହୋଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡକ୍ଟର ନୀଳ ମାଧବ ଜେନା, ସମ୍ମାନିତ ଅତିଥି ଭାବେ ସ୍କୁଲର ଚ୍ୟାୟାରମ୍ୟାନ ଡକ୍ଟର ଦେବ୍ ମହାନ୍ତି, ଡ଼କ୍ଟର ପ୍ରତାପ କୁମାର ପାଣି, ଇଞ୍ଜିନିୟର ସୁବ୍ରତ କୁମାର ପୃଷ୍ଟି ଏବଂ ମୁଖ୍ୟ ବକ୍ତା ଭାବେ ପ୍ରଫେସର ସାନ୍ତନୁ କୁମାର ସର ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଜୀବନରେ ଭଲ ମଣିଷ ହେବା ଲାଗି ପରାମର୍ଶ ଦେଇଥିଲେ। ମ୍ୟାନେଜିଙ୍ଗ ଟ୍ରଷ୍ଟି ହରପ୍ରିୟା ମହାନ୍ତି ଉପସ୍ଥିତ ଥିବାବେଳେ ସ୍କୁଲର ଅଧ୍ୟକ୍ଷ ଶଶିକାନ୍ତ ସେନାପତି ସଭାପତିତ୍ୱ କରିଥିଲେ। ଅନୁଷ୍ଠାନର ସଂପାଦକ ପ୍ରମୋଦ କୁମାର ମିଶ୍ର ଅତିଥିମାନଙ୍କ ପରିଚୟ ପ୍ରଦାନ ସହ ସ୍ୱାଗତ ଭାଷଣ ଦେଇଥିଲେ। ଧନ୍ୟବାଦ ଦେଇଥିଲେ ସ୍କୁଲର ଶିକ୍ଷୟତ୍ରୀ ଶିକ୍ଷା ସରିତା ଜେନା।


ଏହି ଅବସରରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଏହା ସହ ସ୍କୁଲର ମୁଖପତ୍ର ଦେବ୍ ଲିପିକୁ ଅତିଥିମାନେ ଲୋକାର୍ପଣ କରିଥିଲେ। ସନ୍ଧ୍ୟାରେ ଆୟୋଜିତ ହୋଇଥିଲା ରାଇଜିଙ୍ଗ ଷ୍ଟାର କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।