ରାଜଧାନୀ ଭୁବନେଶ୍ୱରରେ ଖୋଲା ଡ୍ରେନରେ ଭାସିଯାଇ ଜଣେ ନାବାଳକର ମୃତ୍ୟୁ ଘଟଣାରେ ଜେଇଙ୍କୁ ନୋଟିସ ଜାରି କରାଯାଇଛି । ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ ଜଣେ ଜେଇଙ୍କୁ ସୋ-କୋଜ ନୋଟିସ ଜାରି କରାଯାଇଛି । ଅନ୍ୟପକ୍ଷରେ ମୁକୁଳା ଡ୍ରେନରେ ପଡ଼ି ନାବାଳକର ମୃତ୍ୟୁ ଘଟଣାରେ ବିଏମସି ପକ୍ଷରୁ ମନ୍ତ୍ରୀଙ୍କ ନିଦେ୍ର୍ଧଶକ୍ରମେ ନଗର ଉନ୍ନୟନ ବିଭାଗକୁ ରିପୋର୍ଟ ପ୍ରଦାନ କରାଯାଇଛି ।
ରାଜଧାନୀରେ କେତେ ଡ୍ରେନ ମୁକୁଳା ଅଛି ଓ କେତେ କାମ ବାକି ଅଛି ସେ ସମ୍ପର୍କିତ ରିପୋର୍ଟ ନଗର ଉନ୍ନୟନ ବିଭାଗକୁ ପ୍ରଦାନ କରାଯାଇଛି । ଗତକାଲି ଘଟଣାସ୍ଥଳ ପରିଦର୍ଶନ କରି ନଗର ଉନ୍ନୟନ ମନ୍ତ୍ରୀ ବିଏମସିକୁ ରିପୋର୍ଟ ମାଗିଥିଲେ ।