ହଜିଗଲା ମାନବିକତା : ଶବକୁ ମିଳିଲାନି କାନ୍ଧ, ସାଇକେଲରେ ଶବ ଗଲେ ଶ୍ମଶାନ

ବୌଦ୍ଧ : ହଜିଗଲା ମାନବିକତା । ସ୍ମଶାନକୁ ଯିବା ପାଇଁ ଶବକୁ ମିଳିଲାନି କାନ୍ଧ । ଶାଳୀର ଶବକୁ ସାଇକେଲରେ ବୋହି ସ୍ମଶାନକୁ ନେଲେ ଭିଣୋଇ । ମୃତକ ହେଲେ ପାଞ୍ଚ ମହାକୁଡ । ବୌଦ୍ଧ ଜିଲ୍ଲା ବ୍ରହ୍ମଣପାଲି ପଞ୍ଚାୟତ କୃଷ୍ଣପାଲି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପାଞ୍ଚ ମହାକୁଡ ବାହା ହୋଇନଥିଲେ । ବଡ ଭଉଣୀ ଓ ଭିଣୋଇଙ୍କ ପାଖରେ ରହୁଥିଲେ । ତେବେ ବର୍ଷେ ହେଲେ ସେମାନଙ୍କୁ ଗାଁରୁ ବାସନ୍ଦ କରାଯାଇଥିଲା । ଦୁଇ ଦିନ ତଲେ ଡାଇରିଆରେ ଆକ୍ରାନ୍ତ ହେବାରୁ ପଞ୍ଚୁଙ୍କୁ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ବାସନ୍ଦ ହୋଇଥିବାରୁ କେହି କାନ୍ଧ ଦେବାକୁ ଆସିଲେନି । ତେଣୁ ବାଧ୍ୟ ହୋଇ ସାଇକେଲରେ ଶବ ନେଇ ଶ୍ମଶାନ ଗଲେ ଭିଣୋଇ