ସୋସିଆଲ ମିଡିଆରେ ରାଜନୀତି ଯୁଦ୍ଧ : ବିଜେପି-ବିଜେଡି ଓ କଂଗ୍ରେସରେ ବଢୁଛି ସାଇବର ସେନାର ଭୂମିକା

ଭୁବନେଶ୍ବର :  ନିର୍ବାଚନୀ ବୈତରଣୀ  ପାର ପାଇଁ ସୋସିଆଲ ମିଡିଆ ସାଜିବ ପ୍ରମୁଖ ଭୂମିକା। ୨୦୧୯ ସାଧରଣ ନିର୍ବାଚନ  ବେଳେ ରାଜନୈତି ଦଳଗୁଡ଼ିକ ନିଜର ପ୍ରଚାରପ୍ରସାର ପାଇଁ ସୋସିଆଲ ମିଡିଆକୁ ପ୍ରମୁଖ ଅସ୍ତ୍ର ଭାବେ ବ୍ୟବହାର କରିବେ। ବିଶେଷ କରି ବିଜେପି ୨ଲକ୍ଷ ସାମଜିକ ଗଣମାଧ୍ୟମ  ବିଷାରଦଙ୍କୁ ନେଇ ଗଠନ କରିଛି ସାଇବର ସେନା । ଏପଟେ ବିଜେଡି ଓ କଂଗ୍ରେସ ଅନୁରୂପ ରଣନୀତି ମଧ୍ୟ ପ୍ରସ୍ତୁତ କରି ରଖିଛନ୍ତି।

୧୯ ନିର୍ବାଚନ ପାଇଁ ବିଜେପି ଗଠନ କରିଛି ସାଇବର ସେନା । ୨ଲକ୍ଷ ସୋସିଆଲ ମିଡିଆ ଏକସପର୍ଟଙ୍କୁ ବିଜେପି କାର୍ଯ୍ୟରେ ଲଗାଇବ । ଯେଉଁମାନଙ୍କୁ ଦଳ ସାଇବର ଯୋଦ୍ଧା ବୋଲି କହୁଛି।  ଏମାନେ ବିଭିନ୍ନ ରାଜ୍ୟ ବୁଲି  ସୋସିଆଲ ସାଇଟ  ଜରିଆାରେ ସରକାରଙ୍କ ଯୋଜନା ଓ ଦଳର କାର୍ଯ୍ୟକ୍ରମର ପ୍ରଚାର ପ୍ରସାର କରିବେ। ଏମାନଙ୍କୁ ପ୍ରତ୍ୟକ୍ଷ ଭାବେ ଗାଇଡ଼ କରିବେ ଆଇଟି ପ୍ରଫେସନାଲମାନେ। ବୁଥ୍ ସ୍ତରର ଲୋକଙ୍କ ସହ ସିଧାସଳଖ ଯୋଡି ହେବା ପାଇଁ  ବୁଥ ସ୍ତରୀୟ ଟିମ୍‌ ରହିବେ । ତିନି ମାସ ମଧ୍ୟ​‌ରେ ଏହି ସାଇବର ଯୋଦ୍ଧାକୁ ପ୍ରସ୍ତୁତ କରିବ ବିଜେପି ।ଏହି ସୂଚନା ଦେଇଛନ୍ତି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ।

ବର୍ତ୍ତମାନର ସୋସିଆଲ ମିଡିଆରେ କେମିତି ନିର୍ବାଚନ ପରିଚାଳନା କରାଯାଉଛି ତାହା ବିଶ୍ବବ୍ୟାପୀ ବାଜା ବାଜୁଛି। ତେଣୁ ଏଥିରେ ଦେଶବ୍ୟାପୀ ବିଜେପି ସାଙ୍ଗକୁ କଂଗ୍ରେସ ଯେ ପଛରେ ନାହିଁ ତାହା ସ୍ପଷ୍ଟ ହୋଇଛି। ସେହିପରି ରାଜ୍ୟରେ ବିଜେଡି ମଧ୍ୟ ଏଥିପାଇଁ ପ୍ରସ୍ତୁତ ହେଲାଣି।ବିଭିନ୍ନ ସମୟରେ ବିଜେଡି ସୋସିଆଲ ମିଡିଆକୁ ଗୁରୁତ୍ବ ଦେଉଛି । ଏନେଇ ଦଳ ଭିତରେ ବିଜେଡି ସାଇବର ପେଜ ମଧ୍ୟ କରଯାଇଛି । ଏନେଇ ବିଜେଡି ତତ୍ପର ଥିବା କହିଛନ୍ତି ମନ୍ତ୍ରୀ ସୂଯ୍ୟନାରାୟଣ ପାତ୍ର । ସେପଟେ  ପିସିସ ସଭାପତି ନିରଞ୍ଜନ ପଟ୍ଟନାୟକ କହୁଛନ୍ତି ଏଥିପାଇଁ ଅର୍ଥ କୁଆଡ଼େ ବାଧକ ହୋଇଛି । ତଥାପି କେମତି ଦଳର ପ୍ରଚାର ପ୍ରସାର ସୋସିଆଲ ମିଡିଆରେ ହେବ ସେଥିପାଇଁ ସବୁ ଜିଲ୍ଲା ସଭାପତିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଧିରେ ଧିରେ ଏହା ସ୍ପଷ୍ଟ ହେଉଛି ଆସନ୍ତା ନିର୍ବାଚନରେ  ବ୍ୟାନର ପୋଷ୍ଟର ଯୁଦ୍ଧ ଯେତିକି ହେବନି ତାଠୁ ବଳିଯିବ ସୋସିଆଲ ମିଡିଆାରେ ପ୍ରଚାର ଯୁଦ୍ଧ।