ଆଉ ବଢ଼ିବନି ଲକ୍ ଡାଉନ୍ ର ସମୟସୀମା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିବା ୨୧ଦିନିଆ ଲକ୍ ଡାଉନ୍ ର ସମୟସୀମା ଆଉ ବୃଦ୍ଧି ପାଇବନି ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍ ସଚିବ ରାଜୀବ ଗୋବା । ତେବେ ଲକ୍ ଡାଉନ୍ ସମୟ ସୀମା ବୃଦ୍ଧି ହେବା ନେଇ ହୋଇଥିବା ଚର୍ଚ୍ଚାର ଉତରରେ ଏଭଳି କହିଛନ୍ତି ।

କ୍ୟାବିନେଟ ସଚିବ ରାଜୀବ ଗୋବା କହିଛନ୍ତି, ଆଗକୁ ଲକଡାଉନ ବଢିବାର ଯୋଜନା ନାହିଁ । କେନ୍ଦ୍ର ସରକାର ଏଭଳି କୌଣସି ଚିନ୍ତା କରିନାହାନ୍ତି । କରୋନା ମୁକାବିଲା ପାଇଁ ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ୨୧ ଦିନ ପାଇଁ ଲକଡାଉନ ଘୋଷଣା କରିଥିଲେ । ଆଜି ଏହା ଷଷ୍ଠ ଦିନରେ ପହଂଚିଛି । ଏହା ପରେ ଅବଧି ପୁଣି ବଢିପାରେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ସୋସିଆଲ ମିଡିଆରେ ବି ଏ ନେଇ ଅନେକ ଗୁଜବ ଖବର ପ୍ରଚାର ହେଉଥିଲା । ତେବେ ଏଭଳି କିଛି ଯୋଜନା ନାହିଁ ବୋଲି ଆଜି ସ୍ପଷ୍ଟ କରିଛନ୍ତି କ୍ୟାବିନେଟ ସଚିବ ।

କେନ୍ଦ୍ର ସରକାର ବିଭିନ୍ନ ସହୟତାକୁ ୩ ମାସ ପ୍ରଦାନ କରିବା ନେଇ ଘୋଷଣା ପରେ ଦେଶ ସାରା ସାଧାରଣ ଲୋକମାନଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଥିଲେ ଯେ ନିଶ୍ଚୟ ଲକଡାଉନ ସମୟସୀମା ୩ ମାସ ପର୍ଯ୍ୟନ୍ତ ହୋଇପାରେ। ହେଲେ ଆଜି ସଚିବଙ୍କ ଘୋଷଣା ପରେ ଏହି ଆଲୋଚନା ଉପରେ ନିଶ୍ଚୟ ବ୍ରେକ ଲାଗିବ।