ଟଙ୍କିକିଆ କଏନ ଗଳିଦେଲା ଶିଶୁ, କଏନ କାଢିବାକୁ ୩ ଡାକ୍ତର ଖାନା ବୁଲିଲେ ପରିବାର ଲୋକେ କଣ ହେଲା ଅବସ୍ଥା

କୋଲକାତା: ସାବଧାନ । ଛୋଟ ପିଲାଙ୍କୁ କଏନ ଦେଉଛନ୍ତି । ଏହା ଆପଣଙ୍କ ପିଲାଙ୍କ ଲାଗି ଘାତକ ହୋଇପାରେ ।ଏମିତି ଏକ ଘଟଣା ଘଟିଛି କୋଲକତାରେ ।  ଜଣେ ୪ ବର୍ଷ ବୟସ୍କ ଶିଶୁ  ଏକ କଏନ୍‌ ଗିଳି ଦେବା ପରେ ଏବେ ପିଲା ଲାଗି ସମସ୍ୟା ଦେଖାଦେଇଛି ।  ଶିଶୁଟିକୁ କଏନ୍‌ ଗିଳିଥିବା ଅବସ୍ଥାରେ ଘର ଲୋକ ବିଭିନ୍ନ ହସ୍ପିଟାଲ୍‌କୁ ନେବା ପରେ ପରେ କୌଣସି ପ୍ରକାର ଚିକିତ୍ସା ହୋଇ ପାରୁନଥିଲା। ହସ୍ପିଟାଲ୍‌ଗୁଡ଼ିକ ପକ୍ଷରୁ ଫେରାଇ ଦିଆଯାଉଥିବା ବେଳେ ଶେଷରେ ଏସ୍‌ଏସ୍‌କେଏମ୍‌ ହସ୍ପିଟାଲ୍‌ର ଡାକ୍ତରମାନେ ଶିଶୁଟିର ଚିକିତ୍ସା କରି ତା’ ତଣ୍ଟିରୁ କଏନ୍‌ଟିକୁ କାଢ଼ିବାରେ ସମର୍ଥ ହୋଇଛନ୍ତି। ନଦିଆସ୍ଥିତ ଗାଙ୍ଗପୁରର ଶିଶୁ ଅର୍ଘ୍ୟ ବିଶ୍ୱାସଙ୍କ ସହ ଏପରି ଘଟିଥିବା ଜାଣିବାକୁ ମିଳିଛି।

ସୂଚନା ଅନୁସାରେ ଯେତେବେଳେ ଶିଶୁ ୧ ଟଙ୍କିଆ କଏନ୍‌କୁ ପାଇଲା ତାହାକୁ ନେଇ ପାଟିରେ ପକାଇ ଢ଼ୋକି ଦେଲା। କଏନ୍‌ଟି ଯାଇ ତାଣ୍ଟିରେ ଅଟକି ଯିବାରୁ ସେ କଥା ହେଲା ବେଳେ ତଣ୍ଟିରେ ଯନ୍ତ୍ରଣା ଅନୁଭବ କରିବାରୁ କାନ୍ଦିବାକୁ ଲାଗିଲା। ପରେ ପେର ତାକୁ ହସ୍ପିଟାଲ ନେଇଯାଇଥିଲେ ବି  ଡାକ୍ତରମାନେ ବିଫଳ ହୋଇଥିଲେ। ପରେ  ‘ଏନ୍‌ଆର୍‌ଏସ୍‌ ହସ୍ପିଟାଲ୍‌ କିମ୍ବା ମେଡିକାଲ୍‌ କଲେଜ୍‌ ଆଣ୍ଡ୍‌ ବି ଡାକ୍ତରମାନେ ସାହାଜ୍ୟ କରିପାରିଲେ ନାହିଁ। ଏକ୍‌ସରେ ରିପୋଡର୍ଟରୁ ତଣ୍ଟିରେ କଏନ୍‌ଟି ଲାଖି ରହିଥିବା ଜାଣିବାକୁ ମିଳିଲା। ମାତ୍ର ଏହାର ସେମାନଙ୍କ ପାଖରେ କୌଣସି ସମାଧାନ ନଥିଲା। ତାପରେ ଆମେ ଅନ୍ୟ କିଛି ଉପାୟ ନପାଇ ‘ମେଡିକାଲ୍‌ କଲେଜ୍‌ ଆଣ୍ଡ୍‌ ହସ୍ପିଟାଲ୍‌’କୁ ନେଇ ଯାଇଥିଲୁ। ସେଠାରେ ବି ଦୁଇ ଜଣ ଡାକ୍ତର ବିଫଳ ହୋଇଥିଲେ। ସେଠୁ ବିଫଳ ହୋଇ ମଧ୍ୟରାତ୍ରରେ ରାମକ୍ରିଷ୍ଣ ମିସନ୍‌ ସେବା ପ୍ରତିଷ୍ଠାନକୁ ନେଇ ଯାଇଥିଲୁ। ସେଠାରେ ବି ଚିକିତ୍ସା ସମ୍ଭବ ହେଲା ନାହିଁ। ରାତି ପାଖାପାଖି ୨ଟା ସମୟରେ ‘ଏସ୍‌ଏସ୍‌କେଏମ୍‌ ହସ୍ପିଟାଲ୍‌’କୁ ନେବା ପରେ ଶେଷରେ ସେଠାକାର ଡାକ୍ତରମାନେ ଶିଶୁଟିର ଚିକିତ୍ସା କରି ତା’ ତଣ୍ଟିରୁ କଏନ୍‌ଟିକୁ କାଢ଼ିବାରେ ସମର୍ଥ ହୋଇଥିଲେ।’

କେବଳ କଲିକତାର ଏହି ଘଟଣା ନୁହେଁ, ଓଡିଶାରେ କେନ୍ଦୁଝର ଝୁମ୍ପୁରାରେ ଅନୁରୂପ ଘଟଣା ଘଟିଥିଲା । ୭ ବର୍ଷର ବାଳକ ଏକ ୫ ଟଙ୍କିଆ କଏନ ଗିଳିଦେବା ପରେ ସମସ୍ୟା ହୋଇଥିଲା । ଶିଶୁକୁ ଚିକିତ୍ସା ଲାଗି କଟକ ବଡଡାକ୍ତର ଖାନାରେ ବର୍ତ୍ତି କରା।ଯାଇଥିଲା ।