୧୧୫୨ ନୂଆ ଅଧ୍ୟାପକ, ଅଧିକାରୀ ଏବଂ କର୍ମଚାରୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

ଆଜି ମୋଟ୍‌ ୧୧୫୨ ନୂଆ ଅଧ୍ୟାପକ, ଅଧିକାରୀ ଏବଂ କର୍ମଚାରୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯେଉଁଥିରେ ୯୭୭ ଅଧ୍ୟାପକ, ୮୭ ପଞ୍ଚାୟତ ଉନ୍ନୟନ ଅଧିକାରୀ ଏବଂ ୫୭ ସମବାୟ ସମିତି ନିରୀକ୍ଷକ, ସୂଚନା ଓ ଲୋକସମ୍ପର୍କର ୩୧ ଜଣ କର୍ମଚାରୀକୁ ନିଯୁକ୍ତି ମିଳିଛି।

ନିଜ ନିଜ ଚାକିରି କ୍ଷେତ୍ରରେ ୫-ଟି ଉପକ୍ରମରେ ଲୋକଙ୍କ ସେବା କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ନିଷ୍ଠାର ସହ କାମ କରି ରାଜ୍ୟର ଉନ୍ନତିରେ ଭାଗିଦାର ହେବାକୁ ମୁଖ୍ୟମନ୍ତ୍ରୀ ନବନିଯୁକ୍ତମାନଙ୍କୁ ପରାମର୍ଶ ଦେଇଛନ୍ତି।