୫୭ ବର୍ଷରେ ଆଖିବୁଜିଲେ ଗୀତା କପୁର

ମୁମ୍ବାଇ :  ଅପେକ୍ଷା କରିକରି ସେସରେ ଆଖିବୁଜିଲେ ଗୀତା କପୁର । ବିଗତ ଦିନରେ ବଲିଉଡ ଜଗତରେ ଚହଳ ସୃଷ୍ଟି କରିଥିବା ଗିତା କପୁର ଆଉ ନାହାନ୍ତି । ସେ ଆଜି ସକାଳେ ମୁମ୍ବାଇର ଏକ ବୃଦ୍ଧାଆଶ୍ରମରେ ମୃତ୍ୟୁ ବରଣ କରିଛନ୍ତି । ସେ ବୃଦ୍ଧାଆଶ୍ରମରେ ଥିବା ବେଳେ ତାଙ୍କର ପରିବାର ମଧ୍ୟରୁ କୋହି ମଧ୍ୟ ଦେଖିବାକୁ ଆସିନଥିଲେ । ସେ ଅନେକ ବଲିଉଡ ଫିଲ୍ମ କରିଛନ୍ତି ତାହା ମଧ୍ୟରୁ ତାଙ୍କୁ ଫିଲ୍ମ ପାକିଜା ବଲିଉଡରେ ପରିଚିତ କରିଥିଲା । ମଲା ବେଳେକୁ ତାଙ୍କୁ ୫୭ ବର୍ଷ ହୋଇଥିଲା । ଗୋଟେ ବର୍ଷ ପୂର୍ବରୁ ତାଙ୍କ ପୁଅ ମୁମ୍ବାଇର ଏକ ହସପିଟାଲରେ ଛାଡି ଚାଲିଯାଇଥିଲେ । ସେବଠାରୁ ସେ ମୁମ୍ବାଇର ଏକ ବୃଦ୍ଧାଆଶ୍ରମରେ ରହୁଥିଲେ ।