ହେଲିକପ୍ଟର ଗସ୍ତକୁ ନେଇ ବିଜେପି ଆଣିଥିବା ଅଭିଯୋଗରେ ପ୍ରତିକ୍ରିୟା ରଖିଲେ ସଞ୍ଜୟ ଦାସବର୍ମା

ଭୁବନେଶ୍ୱର: ହେଲିକପ୍ଟର ଗସ୍ତକୁ ନେଇ ବିଜେପି ଆଣିଥିବା ଅଭିଯୋଗରେ ପ୍ରତିକ୍ରିୟା ରଖିଲେ ସଞ୍ଜୟ ଦାସବର୍ମା । ସେ କହିଛନ୍ତି ଯେ, ମୁଁ ପ୍ରଥମେ ଧନ୍ୟବାଦ ଜଣେଇବି ବିଜେପିର ବିଧାୟକ ନିତ୍ୟାନନ୍ଦ ଗଣ୍ଡକୁ । ସେ ମୋ ସହିତ ଅନେକ ବ୍ଲକ ଗସ୍ତ କରିଥିଲେ ସମିଳିତ ଭାବରେ ଲୋକଙ୍କ ଦୁଃଖ ସୁଖ ବୁଝିଥିଲୁ । ଜିଲ୍ଲା ସ୍ତରରେ କୋଭିଡ଼ ମୁକବିଲାକୁ ନେଇ ତଦାରଖ କରିଥିଲୁ। ଦୁର୍ଭାଗ୍ୟର ଘଟଣା ତିନି ଦିନ ତଳର ଘଟଣାକୁ କାହିଁକି ବିଜେପି ରାଜନୈତିକ ରୂପ ଦେଉଛି ।