୩ ଦିନରେ ବି କମିନି କ୍ୟାଟ୍-ସଲମାନ୍ ଫ୍ୟାନଙ୍କ କ୍ରେଜ୍

ମୁମ୍ବାଇ: ଶୁକ୍ରବାର ରିଲିଜ୍ ହୋଇଛି ବଲିଉଡର ଦବଙ୍ଗ ହିରୋ ସଲମାନ ଖାନଙ୍କ ଫିଲ୍ମ “ଭାରତ” । ଯେଉଁଥିରେ ତାଙ୍କ ଅପୋଜିଟରେ ଅଛନ୍ତି କ୍ୟାଟ୍ରିନା କୈଫ୍ । ଉଭୟଙ୍କ ଯୋଡି ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି । ରିଲିଜ୍ ହେବାର ୩ଦିନ ପରେ ବି ଫିଲ୍ମ ପାଇଁ ଦର୍ଶକଙ୍କ ଭିଡ ଦେଖିବାକୁ ମିଳୁଛି । ଆଜି ୩ୟ ଦିନରେ ଫିଲ୍ମଟି ମୋଟ ୯୫.୫୦କୋଟି ଟଙ୍କା ରୋଜଗାର କରିବାରେ ସଫଳ ହୋଇସାରିଲାଣି । ପ୍ରଥମ ଦିନରେ ବକ୍ସ ଅଫିସରେ ଏହି ଫିଲ୍ମଟି ଦର୍ଶକଙ୍କ ମନ କିଣିବା ସହ ଭଲ ବ୍ୟବସାୟ କରିଥିଲା । ପ୍ରଥମ ଦିନରେ ୪୨.୩୦କୋଟି ଟଙ୍କା ଓ ଦ୍ୱିତୀୟ ଦିନରେ ୩୧ କୋଟି ଟଙ୍କା ରୋଜଗାର କରିଥିଲା । ପୂର୍ବରୁ ସଲମାନ୍ ଓ ଅଲ୍ଲୀ ଅବାସ ଜଫରଙ୍କ ଯୋଡି ସବୁବେଳେ ହିଟ୍ ରହିଥିବାବେଳେ ଏଥର ମଧ୍ୟ ଉଭୟଙ୍କ ଯାଦୁ ଦର୍ଶକଙ୍କୁ ଆକୃଷ୍ଟ କରିଛି । ଏହି ଫିଲ୍ମରେ କ୍ୟାଟଙ୍କ ବ୍ୟତୀତ ଦିଶା ପଟାନୀଙ୍କୁ ମଧ୍ୟ ଦର୍ଶକ ଦେଖିବାକୁ ମିଳିଛି । ଆଶା କରାଯାଉଛି କି ପ୍ରଥମ ସପ୍ତାହରେ ଫିଲ୍ମଟି ରେକର୍ଡ ଭାଙ୍ଗିବ । ପ୍ରଥମ କରି ସଲମାନ୍ ଓ ଦିଶାଙ୍କ ଯୋଡିଙ୍କୁ ମଧ୍ୟ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି ।