ବିଜେଡିରେ ମିଶିଲେ ଭାଗିରଥୀ

ଭୁବନେଶ୍ୱର : କେତେକ ନେତା ଟିକେଟ୍ ନମିଳିବା ଅଭିଯୋଗରେ ଦଳ ଛାଡୁଥିବା ବେଳେ କିଛି ନେତା ଟିକେଟ୍ ପାଇଲା ପରେ ମଧ୍ୟ ଦଳ ଡିଆଁ ଛାଡି ନାହାନ୍ତି । ଏପରି ଏକ ଘଟଣା ବିଜେପିରେ ଦେଖିବାକୁ ମିଳିଛି । ଶୁକ୍ରବାର ବିଜେପିକୁ ଝଟକା ଦେଇ ଭାଗିରଥୀ ସେଠୀ ଦଳ ପରିବର୍ତ୍ତନ କରିଛନ୍ତି । ଆନନ୍ଦପୁର ବିଧାନସଭା ଆସନ ପାଇଁ ବିଜେପିରୁ ଭାଗିରଥୀ ଟିକେଟ୍ ପାଇଥିଲେ ମଧ୍ୟ ସେ ଦଳ ଛାଡି ବିଜେଡିରେ ଯୋଗ ଦେଇଛନ୍ତି । ଶୁକ୍ରବାର ନବୀନ ନିବାସରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତରେ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ବିଜେପିରୁ ପ୍ରାର୍ଥୀ ଘୋଷଣା ହେବା ପରେ ସେ ଦଳ ସହିତ ବିଶ୍ୱାସଘାତକତା କରିଥିବା ଚର୍ଚ୍ଚା ହେଉଛି । ସୂଚନାଯୋଗ୍ୟ, ଭାଗିରଥୀ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ବିଜେଡ଼ି ବିଧାୟକ ଥିଲେ । କିନ୍ତୁ ୨୦୧୪ରେ ଟିକେଟ୍‌ ନ ପାଇବା ପରେ ସେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ।