କଂଗ୍ରେସ ଛାଡ଼ିଲେ ବାପି ସର୍ଖେଲ । ସମସ୍ତ ପଦ ପଦୀବ ସହ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବାପି ସର୍ଖେଲ । ଇସ୍ତଫା ପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । ସେ ନିଜର ଇସ୍ତଫା ସମ୍ପର୍କରେ ସୂଚନା ଦେଇଛନ୍ତି । ଏଥିସହ ଲୋକଙ୍କ ସେବା କରିବାର ସୁଯୋଗ ଦେଇଥିବାରୁ ସେ କଂଗ୍ରେସକୁ ଧନ୍ୟବାଦ ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, କଂଗ୍ରେସର ପୂର୍ବତନ ବିଧାୟକ ବାପି ସର୍ଖେଲଙ୍କ ପତ୍ନୀ ମୋନୀଦୀପା ସର୍ଖେଲ ଗତ କିଛି ଦିନ ତଳେ ବିଜେଡିରେ ସାମିଲ ହୋଇଥିଲେ । କୁହାଯାଉଥିଲା ସେ ଖୁବଶୀଘ୍ର କଂଗ୍ରେସରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହୋଇପାରନ୍ତି । ହେଲେ ବର୍ତ୍ତମାନ ସୁଦ୍ଧା ସେ ବିଜେଡିରେ ସାମିଲ ହେବା ନେଇ କୌଣସି ବି ସୂଚନା ଦେଇନାହାଁନ୍ତି ।