ପୁଣି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ୨୯ ରେ ପ୍ରଧାନମନ୍ତ୍ରୀ ଦିନିକିଆ ଗସ୍ତରେ ଆସୁଛନ୍ତି। ସେହିଦିନ ପ୍ରଧାନମନ୍ତ୍ରୀ ୩ଟି ଜନସଭାରେ ଯୋଗ ଦେଇ ଲୋକଙ୍କୁ ସମ୍ବୋଧିତ କରିବେ। ବାଲେଶ୍ବର, ବାରିପଦା ଓ କେନ୍ଦ୍ରାପଡାରେ ନିର୍ବାଚନୀ ସଭାରେ ଯୋଗ ଦେବେ। ପ୍ରଥମେ ବାରିପଦା ଛଉ ପଡିଆରେ ମଧ୍ୟାହ୍ନ ୧୨ ଟା ବେଳେ ବିଶାଳ ଜନ ସଭାରେ ଉଦବୋଧନ ଦେବେ ।
ପରେ ବାଲେଶ୍ବରରେ ସଭା କରିବେ ଏବଂ ଅପରାହ୍ନ ୩ ଟା ୩୦ ରେ କେନ୍ଦ୍ରାପଡାରେ ଜନସଭା କରିବେ ପ୍ରଧାନମନ୍ତ୍ରୀ। ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ଏ ସମ୍ପର୍କରେ ସୂଚନା ଦେଇଛନ୍ତି।
ଆସନ୍ତା ୨୮ରେ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓଡିଶା ଆସୁଛନ୍ତି। ସେ ରାଜ୍ୟରେ ୩ ଟି ନିର୍ବାଚନୀ ସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ପ୍ରଥମେ ୧୦ ଟାରେ ଚାନ୍ଦବାଲିରେ ନିର୍ବାଚନୀ ସଭାରେ ଯୋଗ ଦେଦେ। ସେଠାରୁ କୋରେଇ ଯିବେ। ଏହା ପରେ ନିମାପଡାରେ ସଭା କରିବେ ବୋଲି ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।
ସେହିପରି ୨୭ ରେ ପୁଣି ଓଡିଶା ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା। ୨୭ ରେ ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କାକଟପୁରରେ ସଭା କରିବେ। ୨୮ରେ ରାଇରଙ୍ଗପୁର, ମୋରଡା, ସୋର, ଜଗତସିଂହପୁରରେ ପ୍ରଚାର ସଭା କରିବେ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରପଡ଼ା ରେ ୨୭ ରୁ ୩୦ ଯାଏଁ ପ୍ରଚାର କରିବେ। ୨୭ ଏବଂ ୨୮ ରେ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କେନ୍ଦ୍ରାପଡ଼ା ଏବଂ ଭଦ୍ରକ ରେ ପ୍ରଚାର କରିବେ ବୋଲି ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।