ନୂଆଦିଲ୍ଲୀ /ଭୁବନେଶ୍ୱର : ରାଫେଲ ବିମାନ କିଣାପାଇଁ ହୋଇଥିବା ଚୁକ୍ତିରେ କେନ୍ଦ୍ର ସରକାର କୌଣସି ଖିଲାଫ କରିନଥିବା ଏବଂ ଏହାକୁ ନେଇ କଂଗ୍ରେସ ଦଳ କରୁଥିବା ଦୁର୍ନିତି ଅଭିଯୋଗ କୁ ସମ୍ପୃର୍ଣ୍ଣ ଖାରଜ କରିବା ଆଜି କଂଗ୍ରେସ ଦଳ ଏବଂ ତାଙ୍କର ମୁଖିଆ ରାହୁଲ ଗାନ୍ଧୀଙ୍କର ମୁଖା ଖୋଲିଦେଇଛି । ଦେଶର ସାମରିକ ସୁରକ୍ଷା ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଏଭଳି ଅସମ୍ବେଦନଶୀଳ ଏବଂ ମନଗଢା କାହାଣୀ କହି ସାରାଦେଶର ଲୋକମାନଙ୍କୁ ଭ୍ରମିତ କରିଥିବାରୁ ରାହୁଲ ଗାନ୍ଧୀ ଦେଶବାସୀ ଏବଂ ସେନାବାହିନୀ ଆଗରେ କ୍ଷମା ମାଗନ୍ତୁ ବୋଲି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଆଜି ରାଷ୍ଟ୍ରୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ସ୍ୱାଧିନତା ପରେ ଦେଶରେ ଏପରି ମିଛ ତାହା ପୁଣି ବିନା ପ୍ରମାଣ ଆଧାରରେ ଓ ଏପରି ଅପପ୍ରଚାର ଏବଂ ଲୋକମାନଙ୍କୁ ଭ୍ରମିତ କରିବାର ଅପଚେଷ୍ଟା କେବେ ଦେଖାଯାଇନଥିଲା । ସବୁଠାରୁ ଦୁର୍ଭାଗ୍ୟଜନକ କଥା ହେଉଛି ଏହି ଅପଚେଷ୍ଟା ପ୍ରୟାସର ନେତୃତ୍ୱ ନେଉଥିଲେ ଦେଶର ସବୁଠାରୁ ପୁରୁଣା ରାଜନୈତିକ ଦଳର ମୁଖିଆ ରାହୁଲ ଗାନ୍ଧୀ । ରାହୁଲ ଗାନ୍ଧୀଙ୍କ ସୂଚନାର ଆଧାର କଣ ତାହା ଦେଶ ବାସୀଙ୍କର ଆଗରେ ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ଶାହା କହିଛନ୍ତି ।
୨୦୦୭ ମସିହାରେ କଂଗ୍ରେସର ୟୁପିଏ ସରକାର ରାଫେଲ ବିମାନ କିଣାର ପ୍ରକିୟା ଆରମ୍ଭ କରିଥିଲେ ମଧ୍ୟ ସେମାନେ ୨୦୧୪ ସୁଦ୍ଧା ଏହାକୁ ସାରିପାରି ନଥିଲେ । ୭ ବର୍ଷ କାଳ ରାଫେଲ କିଣା ପ୍ରକିୟାକୁ ଅଟକାଇ କଂଗ୍ରେସ ସରକାର ଦେଶର ସୁରକ୍ଷା ସହ ଖେଳୁଆଡ କରିଥିଲା । ୨୦୦୭ରୁ ୨୦୧୪, ପ୍ରାୟ ୭ ବର୍ଷ କାଳ ଏହି ଡିଲକୁ ଚୂଡାନ୍ତ କରିବାରେ କଂଗ୍ରେସ ସରକାର କାହିଁକି ବିଫଳ ହୋଇଥିଲା ? କଣ କମିଶନ ଅର୍ଥ ଚୁଡାନ୍ତ ହୋଇପାରୁନଥିଲା ନା ଦଲାଲ ଭୂମିକାରେ କିଏ ରହିବେ ତାହା ନିଷ୍ପତି ହୋଇପାରୁନଥିଲା ସେଥିପାଇଁ ରାଫେଲ କିଣାର ପ୍ରକିୟା ଆଗଉ ନଥିଲା ବୋଲି ଶ୍ରୀ ଶାହା ପ୍ରଶ୍ନ କରିଛନ୍ତି ।
ସାମରିକ ସୁରକ୍ଷା ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଏଭଳି ଅସମ୍ବେଦନଶୀଳ ଏବଂ ମନଗଢା କାହାଣୀ କହି ସାରାଦେଶର ଲୋକମାନଙ୍କୁ ଭ୍ରମିତ କରିଥିବାରୁ ରାହୁଲ ଗାନ୍ଧୀ ଦେଶର ଜନତା ଏବଂ ସେନାବାହିନୀ ଆଗରେ କ୍ଷମା ମାଗନ୍ତୁ
ସ୍ୱାଧୀନତା ପରେ ଦେଶରେ ଏପରି ମିଛ ତାହା ପୁଣି ବିନା ପ୍ରମାଣ ଆଧାରରେ ଓ ଲୋକମାନଙ୍କୁ ଭ୍ରମିତ କରିବାର ଅପଚେଷ୍ଟା କେବେ ଦେଖାଯାଇନଥିଲା
ରାହୁଲ ଗାନ୍ଧୀଙ୍କ ତାଙ୍କର ସୂଚନାର ଆଧାର କଣ ତାହା ଦେଶ ବାସୀଙ୍କର ଆଗରେ ସ୍ପଷ୍ଟ କରନ୍ତୁ
ପ୍ରଥମ ଥର ପାଇଁ ଭାରତୀୟ ଜନତା ପାର୍ଟିର ସରକାରରେ ହିଁ ସରକାର ଏବଂ ସରକାର ମଧ୍ୟରେ କିଣାବିକା ହେବା ଆରମ୍ଭ ହେଲା ଏବଂ ଦଲାଲ ମାନଙ୍କର ବେପାର ଶେଷ ହେଲା
୨୦୦୭ରୁ ୨୦୧୪, ପ୍ରାୟ ୭ ବର୍ଷ କାଳ ଏହି ଡିଲକୁ ଚୂଡାନ୍ତ କରିବାରେ କଂଗ୍ରେସ ସରକାର କାହିଁକି ବିଫଳ ହୋଇଥିଲା ? ୭ ବର୍ଷ କାଳ ରାଫେଲ କିଣା ପ୍ରକିୟାକୁ ଅଟକାଇ କଂଗ୍ରେସ ସରକାର ଦେଶର ସୁରକ୍ଷା ସହ ଖେଳୁଆଡ କରିଥିଲା ।
ସବୁ ଚୋର ଏକାଠି ହୋଇ ଚୌକିଦାରକୁ ଚୋର ଚୋର କହିବେ ତାହେଲେ ଦେଶର ଜନତା କେବେ ବି ମାନିବେ ନାହିଁ କି ଦେଶର ଚୌକିଦାର ଚୋର ଅଟେ
ଦେଶର ସର୍ବୋଚ୍ଚ ଅଦାଲତ ଆଜି ସ୍ପଷ୍ଟ କରି ଦେଇଛନ୍ତି କି ଚୋର ଚୋର ଚିକ୍ରାର ସେଇଠି ହୁଏ ଯେଉଁଠି ଚୌକିଦାରର ଭୟ ଥାଏ
କଂଗ୍ରେସ ସରାକର ସମୟରେ ପୁର୍ବରୁ ଯେତେ ବିମାନ କିଣା ହୋଇଛି ସବୁଥିରେ ଦଲାଲ ମାନେ ମଧ୍ୟସ୍ଥତା କରି ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି । ହେଲେ ପ୍ରଥମ ଥର ପାଇଁ ଭାରତୀୟ ଜନତା ପାର୍ଟିର ନରେନ୍ଦ୍ର ମୋଦୀଙ୍କର ସରକାରରେ ହିଁ ସରକାର ଏବଂ ସରକାର ମଧ୍ୟରେ
କିଣାବିକା ହେବା ଆରମ୍ଭ ହେଲା । ଯାହା ଫଲରେ ଦଲାଲ ମାନଙ୍କର ବେପାର ଶେଷ ହେଲା । କଂଗ୍ରେସ ସରକାର ସମୟରେ କାହିଁକି ସରକାର ଏବଂ ସରକାର ଭିତରେ ବୁଝାମଣା ହୋଇପାରୁନଥିଲା ବୋଲି ଶାହା ପ୍ରଶ୍ନ କରିଛନ୍ତି ।
ଯେତେବେଳେ ସବୁ ଚୋର ଏକାଠି ହୋଇ ଚୌକିଦାର କୁ ଚୋର ଚୋର କହିବେ ତାହେଲ ବି ଦେଶର ଜନତା କେବେ ବି ମାନିବେ ନାହିଁ କି ଦେଶର ଚୌକିଦାର ଚୋର ଅଟେ ବୋଲି । ଦେଶର ସର୍ବୋଚ୍ଚ ଅଦାଲତ ଆଜି ସ୍ପଷ୍ଟ କରି ଦେଇଛନ୍ତି କି ଚୋର ଚୋର ଚିକ୍ରାର ସେଇଠି ବେଶି ହୁଏ ଯେଉଁଠି ଚୌକିଦାରର ଭୟ ଥାଏ ।
ନିଜର କ୍ଷୁଦ୍ର ରାଜନୈତିକ ସ୍ୱାର୍ଥ ପାଇଁ କଂଗ୍ରେସ ଦଳ ଏତେ ବଡ ମିଛର ସାହାରା ନେଇ ଏକ ନିନ୍ଦନୀୟ ରାଜନୈତିକ ପ୍ରକିୟାର ଆରମ୍ଭ କରିଛି । ମାନ୍ୟବର ସୁପ୍ରିମ କୋର୍ଟଙ୍କର ଏହି ଆଦେଶ ଆଜି ସେହି ନିଜର ରାଜନୈତିକ ସ୍ୱାର୍ଥ ପାଇଁ ଦେଶର ସ୍ୱାର୍ଥକୁ ବଳି ପକାଇବାକୁ ପଛାଉନଥିବା ରାଜନୈତିକ ଦଳମାନଙ୍କ ଉପରେ ଚାବୁକ ପ୍ରହାର ଭଳି ବୋଲି ଶାହ କହିଛନ୍ତି ।
ଶ୍ରୀ ଶାହ କହିଛନ୍ତି କି ମାନ୍ୟବର ସୁପ୍ରିମକୋର୍ଟଙ୍କର ଆଜି ରାୟରେ ଏହି ରାଫେଲ କିଣାରେ ଭାରତକୁ ଆର୍ଥୀକ ଲାଭ ହୋଇଛି ବୋଲି ସ୍ପଷ୍ଟ ଭାବେ କହିଛନ୍ତି । ବିନା ତଥ୍ୟ ପ୍ରମାଣରେ ରାଜନୈତିକ ଦଳ ମାନେ କିପରି ଏପରି ମିଥ୍ୟା ଆରୋପ କରିପାରୁଛନ୍ତି ବୋଲି ସୁପ୍ରିମକୋର୍ଟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ଯାହା କଂଗ୍ରେସ ଦଳ ପ୍ରତି ଏକ ଶକ୍ତ ଚାପୁଡା ସଦୃଶ୍ୟ । ଆଜି କଂଗ୍ରେସ ଦଳ ସୁପ୍ରିମ କୋର୍ଟ ଉପରେ ବି ପ୍ରଶ୍ନ ଉଠାଇବାକୁ ପଛାଉ ନାହାନ୍ତି । ହେଲେ ଯଦି ରାହୁଲ ଗାନ୍ଧୀଙ୍କ ପାଖରେ ତଥ୍ୟ ଥିଲା ତାହେଲେ ତାଙ୍କୁ ସୁପ୍ରିମ କୋର୍ଟ ଯିବା ପାଇଁ କିଏ ଅଟକାଇଥିଲା । କିନ୍ତୁ ରାହୁଲ ଗାନ୍ଧୀ ଜାଣିଶୁଣି ସୁପ୍ରିମକୋର୍ଟ ଗଲେ ନାହିଁ କାରଣ ସେ ଜାଣନ୍ତି ସୁପ୍ରିମକୋର୍ଟରେ ସେ ହାରିଯିବେ ଯାହା ଆଜି ପ୍ରମାଣିତ ହୋଇଛି ।
ରାଫେଲ ପ୍ରସଙ୍ଗରେ ସଂସଦରେ ଆଲୋଚନା ପାଇଁ ବିଜେପି ସମ୍ପୃର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ଭାବେ ସେ ନିଜେ କଂଗ୍ରେସ ଦଳକୁ ଆହ୍ୱାନ କରୁଛନ୍ତି କି ସଂସଦରେ ଆଲୋଚନା ପାଇଁ କଂଗ୍ରେସ ଆସୁ । ତାଙ୍କର ଦଳ ସମ୍ପୁର୍ଣ୍ଣ ପ୍ରସ୍ତୁତ ବୋଲି ଶ୍ରୀ ଶାହ କହିଛନ୍ତି ।
(ବିଜେପି ମିଡିଆ ସେଲ୍)