ଆଜି ହେଉଛି ଆନ୍ତର୍ଜାତୀୟ ଯୋଗ ଦିବସ । ଏହି ଅବସରରେ ଖୁବଶୀଘ୍ର ବାଣୀବିହାରରେ ପୁଣି କାର୍ଯ୍ୟକ୍ଷମ ହେବ ଯୋଗ ବିଭାଗ । କୌଣସି କାରଣ ପାଇଁ ଦୀର୍ଘଦିନ ହେବ ବନ୍ଦ ରହିଛି ବିଭାଗ ।
ସାରା ବିଶ୍ୱ ଏବେ ଯୋଗକୁ ଗୁରୁତ୍ୱ ଦେଉଥିବାରୁ ପୁଣିଥରେ ବାଣୀବିହାରରେ ଯୋଗ ବିଭାଗ କାର୍ଯ୍ୟକ୍ଷମ ହେବା ନେଇ ସୂଚନା ଦେଇଛନ୍ତି କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା ପରେ ଖୁବଶୀଘ୍ର ନିଷ୍ପତ୍ତିି ନିଆଯିବ ବୋଲି କହିଛନ୍ତି ସୂରଜ ।
ଆଜି ହେଉଛି ଆନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଦେଶର ତମାମ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଯୋଗ ଦିବସରେ ସାମିଲ କରିଛନ୍ତି।