ଆସନ୍ତାକାଲିଠୁ ରାଜ୍ୟର ସମସ୍ତ ସ୍କୁଲ୍ ଖୋଲିବ, ସକାଳ ସାଢେ ୬ଟାରୁ ସାଢେ ୧୦ଟା ଯାଏଁ ଚାଲିବ କ୍ଲାସ୍

ସନ୍ତାକାଲିଠୁ ରାଜ୍ୟର ସମସ୍ତ ସ୍କୁଲ୍ ଖୋଲିବ । ରାଜ୍ୟର ସମସ୍ତ ସ୍କୁଲ ଆସନ୍ତାକାଲି ସକାଳୁଆ ଖୋଲିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି । ସକାଳ ସାଢେ ୬ଟାରେ ସ୍କୁଲ ଖୋଲିବାକୁ ଥିବାବେଳେ, ସାଢେ ୧୦ଟା ଯାଏଁ କ୍ଲାସ୍ ଚାଲିବ । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସକାଳୁଆ କ୍ଲାସ ହେବ ବୋଲି କୁହାଯାଇଛି ।

ତେବେ ୨୨ ତାରିଖଠାରୁ ସ୍ୱାଭାବିକ ସମୟରେ ସ୍କୁଲ ଖୋଲିବ ବୋଲି ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ପ୍ରବଳ ଖରାକୁ ଦୃଷ୍ଟିରେ ରଖି, ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଥିଲା । ପ୍ରତି ଜିଲ୍ଲାର ଜିଲ୍ଲାପାଳଙ୍କ ଉପରେ ଏହି ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା । ପ୍ରତି ଜିଲ୍ଲାର ଜିଲ୍ଲାପାଳମାନେ ଖରାକୁ ଦେଖି ନିଜ ନିଜ ଜିଲ୍ଲାରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେବେ ବୋଲି ପୂର୍ବରୁ କୁହାଯାଇଥିଲା ।

ଆସନ୍ତାକାଲି ଅର୍ଥାତ୍ ଜୁନ୍ ୨୧ ତାରିଖରେ ସକାଳ ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ ସ୍କୁଲ ଚାଲୁଥିବା ବେଳେ ତା ପରଦିନ ଠାରୁ ଅର୍ଥାତ୍ ଜୁନ୍ ୨୨ରୁ ସ୍ବାଭାବିକ ଭାବରେ ସ୍କୁଲ ଗୁଡିକୁ ପରିଚାଳନା କରାଯିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ପାଗ ବିଗୁଡୁଥିବାରୁ ସମଗ୍ର ରାଜ୍ୟରେ ସ୍କୁଲ୍‌ ଖୋଲିବା ନିଷ୍ପତ୍ତି ଆଗରୁ ବଦଳାଇଥିଲେ ରାଜ୍ୟ ସରକାର । ସ୍କୁଲ୍‌ ଖୋଲିବା ନିଷ୍ପତ୍ତି ଜିଲ୍ଲାପାଳଙ୍କ ଉପରେ ଛାଡ଼ିଥିଲେ । ପାଣିପାଗର ସ୍ଥିତି ଦେଖି ଜିଲ୍ଲାପାଳମାନେ ସ୍କୁଲ୍‌ ଖୋଲିବା ନେଇ ନିଷ୍ପତ୍ତି ଦେଇଥିଲେ ।