ଭୁବନେଶ୍ୱର : ରାଜ୍ୟ ଐତିହ୍ୟ କ୍ୟାବିନେଟର ପ୍ରଥମ ବୈଠକ ୨୭ ରେ ବସିବ । ଏହି କ୍ୟାବିନେଟରେ ପାଖା ପାଖି ୮ ଟି ପ୍ରସ୍ତବ ଆସିବା ବୋଲି ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୨୭ ତାରିଖ ଅପରାହ୍ନରେ୫ଟା ୪୫ରେ ସଚିବାଳୟରେ ବସିବ ଐତିହ୍ୟ କ୍ୟାବିନେଟର ପଥମ ବୈଠକ । ପୂର୍ବରୁ ଐତିହ୍ୟ କ୍ୟାବିନେଟ ଗଠନ ନେଇ ରାଜ୍ୟ ସରକାର ୨୦୧୭ ଡିସେମ୍ବର ୨୬ରେ ଘୋଷଣାକରିଥିଲେ । ଏନେଇ ଗତ ସପ୍ତାହରେ ସଂସଦୀୟ ବ୍ୟାପାର ବିଭାଗ ବିଧି ବଦ୍ଧ ଭାବେ ବିଗ୍ୟଂପ୍ତି ପ୍ରକାଶ କରିଥିଲା । ଏହି ଐତିହ୍ୟ କ୍ୟାବିନେଟରେ ମୁଖ୍ୟମନ୍ତ୍ରୀଙ୍କୁ ଛାଡି ଅର୍ଥ ମନ୍ତ୍ରୀ, ସଂସ୍କୃତି ମନ୍ତ୍ରୀ, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ, ସୂଚନା ଓ ପ୍ର୍ୟୁକ୍ତି ମନ୍ତ୍ରୀ , ଉଚ୍ଚଶିକ୍ଷା ମନ୍ତ୍ରୀ ଏବଂ ଅନୁସୂଚିତ ଜାତି -ଜନଜାତି ମନ୍ତ୍ରୀଙ୍କୁ ମିଶାଇ ମୋଟ ୮ ଜଣ ସଦସ୍ୟ ଅଛନ୍ତି ।
Next Post