ପାକିସ୍ତାନ ନିର୍ବ।ଚନ : ସରିଲା ପ୍ରଚାର, ବୁଧବାର ଭୋଟ

ଇସ୍ଲାମାବାଦ : ବୁଧବାର ଆସନ୍ତା ୨୫ ତାରିଖ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିଲା ବେଳେ ପ୍ରଚାର କାର୍ଯ୍ୟ ଶେଷ ହୋଇଛି । ଏହି ପରିପ୍ରେକ୍ଷୀରେ ପାକ୍ ନିର୍ବାଚନ କମିଶନ (ଇସିପି)ଙ୍କ ପକ୍ଷରୁ ରାଜନୀତିକ ଦଳ ଓ ପ୍ରାର୍ଥୀଙ୍କ ବିଜ୍ଞାପନ ପ୍ରକାଶ ନ କରିବା ଲାଗି ପଣ୍ଟ ମିଡିଆ ଓ ଇଲୋକ୍ଟ୍ରୋନିକ୍ସ ମିଡିଆ ଉପରେ ରୋକ୍ ଲଗାଯାଇଛି । ଏଥିରେ ଖିଲାପ କଲେ ଜେଲ୍ ଓ ଜୋରିମାନାର ବ୍ୟବସ୍ଥା ରହିଛି । ଏଥର ନିର୍ବାଚନ ପ୍ରଚାର ପୂର୍ବ ନିର୍ବାଚନ ଭଳି ସେତେ ଜମି ନଥିଲା । ସୁରକ୍ଷା ଓ ଅନ୍ୟ କେତେକ କାରଣରୁ ପ୍ରଚାର ଫିକା ପଡ଼ିଥିଲା । ବିଶେଷକରି ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଏବେ ଜେଲ୍ରେ ଥିବାରୁ ତାଙ୍କ ଦଳ ପିଏମ୍ଏଲ୍ଏନ୍ରେ ସେତେ ଉତ୍ସାହ ପରିଲକ୍ଷିତ ହୋଇନଥିଲା । ସେହିଭଳି ପାକିସ୍ତାନ ପିପୁଲ୍ସ ପାର୍ଟି ନେତା ପୂର୍ବତନ ରାଷ୍ଟ୍ରପତି ଆଶିଫ୍ ଅଲ୍ଲୀ ଜର୍ଦ୍ଦାରୀଙ୍କ ବିରୋଧରେ ମାମଲା ଚାଲିଥିବାରୁ ତାଙ୍କ ଦଳ ଏଥର ନିର୍ବାଚନରେ ସେଭଳି ସକ୍ରିୟତା ପ୍ରକାଶ କରିବା ଦେଖାଯାଇ ନାହିଁ । ତେବେ ଜର୍ଦ୍ଦାରୀଙ୍କ ପୁଅ ତଥା ଦଳର ନେତା ବିଲାୱଲ୍ ଭୁଟ୍ଟୋ ଜର୍ଦ୍ଦାରୀ ପ୍ରଚାରର ମଙ୍ଗ ଧରିଥିଲେ । ପାକିସ୍ତାନ ତେହେରିକ୍-ଇ-ଇନ୍ସାଫ୍ ମୁଖ୍ୟ ଇମ୍ରାନ୍ ଖାନ୍ ଜୋରଦାର ପ୍ରଚାର କରିଥିଲେ । ଏଥର ନିର୍ବାଚନର ଆଉ ଏକ ବିଶେଷତ୍ୱ ହେଲା, ଆତଙ୍କୀ ସଂଗଠନଗୁଡ଼ିକ ନିର୍ବାଚନ ମୈଦାନକୁ ଓହ୍ଲାଇବା । ଇତିମଧ୍ୟରେ ପ୍ରଚାର କାଳରେ ବ୍ୟାପକ ହିଂସାକାଣ୍ଡ ଘଟିଥିବା ଦେଖାଯାଇଛି । କେତେକ ସଂଖ୍ୟାଲଘୁ ଗୋଷ୍ଠୀ ପାର୍ଲାମେି୍ରଣ୍ଟ ରେ ନିଜର ପ୍ରତିନିଧିତ୍ୱ ବଢ଼ାଇ ସେମାନଙ୍କର ଦାବି ହାସଲ କରିବାକୁ ଲକ୍ଷ୍ୟ ରଖିଥିବାରୁ ସେମାନେ ଜୋରଦାର ନିର୍ବାଚନ ପ୍ରଚାର କରିଛନ୍ତି ।

୧୨୫ କିନ୍ନର ନିର୍ବାଚନ ପର୍ଯ୍ୟବେକ୍ଷକ ନିଯୁକ୍ତ

ପ୍ରଥମଥର ପାଇଁ ପାକିସ୍ତାନରେ ନିର୍ବାଚନ କାର୍ଯ୍ୟରେ କିନ୍ନରମାନଙ୍କୁ ନିୟୋଜିତ କରାଯାଇଛି । ୧୨୫ ଜଣ କିନ୍ନରଙ୍କୁ ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି । ସେମାନେ ବିଭିନ୍ନ ଭୋଟ ଗ୍ରହଣ କେନ୍ଦ୍ର ଦାୟିତ୍ୱରେ ରହି ଅବାଧ ଓ ମୁକ୍ତ ନିର୍ବାଚନ ସୁନିଶ୍ଚିତ କରିବାରେ ସହଯୋଗ କରିବେ । ଏକ ସ୍ୱେଚ୍ଛାସେବୀ ସଂଗଠନ ‘ଟ୍ରଷ୍ଟ ଫର୍ ଡେମୋକ୍ରାଟିକ୍ ଏଜୁକେସନ’ ସେମାନଙ୍କୁ ଏଥିନେଇ ତାଲିମ୍ ପ୍ରଦାନ କରିଛି । ଏଥର ନିର୍ବାଚନରେ ୧୩ ଜଣ ପ୍ରାର୍ଥୀ ହୋଇଛନ୍ତି । ଏକ ପରିସଂଖ୍ୟାନ ଅନୁଯାୟୀ ଦେଶରେ ଅନ୍ୟୂନ ୫ ଲକ୍ଷ କିନ୍ନର ଅଛନ୍ତି ।