ନୂଆଦିଲ୍ଲୀ : ଦିଲ୍ଲୀର ବୁରାରି ରେ ଗୋଟିଏ ପରିବାରର ୧୧ ଜଣଙ୍କ ମୃତଦେହ ଉଦ୍ଧାର ହେବା ଘଟଣାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ମନାକୁ ଆସିବାରେ ଲାଗିଛି । ଏବେ ଘଟଣାରେ ।ଉ ଏକ ରୋଚକ ତଥ୍ୟ ସାମ୍ମନାକୁ ଆସିଛି । ଭାଟିଆ ପରିବାର ୧୧ ସଦସ୍ୟଙ୍କ ମୃତ୍ୟୁ ସଂପର୍କରେ ଜମେ କିନ୍ନର ତଦନ୍ତକାରୀ ପୋଲିସ ଆଗରେ କିଛି ନୂଆ ତଥ୍ୟ ରଖିଛନ୍ତି । କେବଳ ଏତିକି ନୁହେଁ କିହ୍ନର ସଂପ୍ରଦାୟର ମୁଖିଆ ଗୁଡି କିନ୍ନର ଭାଟିଆ ପରିବାରକୁ ବଞ୍ଚାଇ ପାରି ନଥିବାରୁ ଦୁଖ ପ୍ରକାଶ କରିଛନ୍ତି । ଭାଟିଆ ପରିବାରକୁ ଏହି ଗୁଡି କିନ୍ନର ପ୍ରସାଦ ଦିଅନ୍ତି । ଲଳିତ ଭାଟିଆଙ୍କ ମା ନ।।ୟଣୀ ଦେବୀଙ୍କ କହିବା ଅନୁସାରେ ସେ ସବୁ ଦିନ ମରହଟ ବାବାଙ୍କ ଆଶ୍ରମକୁ ଯାଇ ପ୍ରସାଦ ଆଣି ଭାଟିଆ ପରିବାରରେ ଦିଅନ୍ତି ବୋଲି କହିଛନ୍ତି । ଆତ୍ମ ହତ୍ୟାର ମୁଖ୍ୟ ସୁତ୍ରଧର କୁହାଯାୁଥିବା ସାନ ପୁଅ ଲଳିତ ଭାଟିଆଙ୍କ ବାପାଙ୍କ ଦେହାନ୍ତ ହେବା ପରେ ନାରାୟଣୀ ଦେବୀ ( ଲଳିତର ମା)ଙ୍କୁ ଲାଗେ ଲଳିତ ଦେହରେ ତାର ବାପାଙ୍କ ଆତ୍ମା ରହିଛି । ଆଉ ନାରାୟଣୀ ଦେବୀ ଚାହୁଁଥିଲେ ତାଙ୍କ ପୁଅର ଦେହରୁ ଆତ୍ମା ବାରି ଯାଉ ଓ ପୁଅ ଠିକ ହୋଇଯାନ୍ତୂୁ । ସେଥିପାଇଁ ସେ ଗୁଣିଗାରେଡି ଉପରେ ବିଶ୍ୱାସ ରଖୁଥିଲେ । ଏହା ସହ ପ୍ରିୟଙ୍କାଙ୍କ ବିଭାହ ପାଇଁ ନାରାୟଣୀ ଦେବୀ ଆର୍ଶୀବାଦ ଭିକ୍ଷା କରିବା ସହ ଘର ସାରା ଚାଉଳ ବିଞ୍ଚିଥିଲେ । ସେହିପରି ପରିବାରରୁ ଜବତ ହୋଇଥିବା ଡାଏରୀରେ ଭଟକୁ ଥିବା ଆତ୍ମା କଥା ଲେଖାଯାଇଛି । ଏହି ପରିବାର ଆଗାମୀ ଦୀପାବଳି ଦେଖିପାରିବେ ନାହିଁ ବୋଲି ବି ଉଲ୍ଲେଖ ରହିଛି । ଏବେ ଗୁଡି କିନ୍ନର ଦେଇଥିବା ତଥ୍ୟ କୁ ନେଇ ଅନୁସନ୍ଧାନ କରିବା ଆରମ୍ଭ କରିଛି ପୋଲିସ ।