ସମ୍ପର୍କରେ ଫାଟ : ସ୍ତ୍ରୀକୁ ଅପହରଣ ଉଦ୍ୟମ, ସ୍ୱାମୀକୁ ଛେଚିଲେ ଗ୍ରାମବାସୀ, ଦେଲେ ପୋଲିସ ଜିମା

କଳାହାଣ୍ଡି : ସ୍ୱାମୀ – ସ୍ତ୍ରୀଙ୍କ ପବିତ୍ର ସମ୍ପର୍କ । ହେଲେ ପବିତ୍ର ସମ୍ପର୍କରେ ଫାଟ । ସ୍ୱାମୀ ନାମରେ ସ୍ତ୍ରୀକୁ, ବଳପୂର୍ବକ ଅପହରଣ କରାଯିବା ନେଇ ମଧ୍ୟ  ଅଭିଯୋଗ ହୋଇଛି । ଆହୁରି ମଧ୍ୟ ଏପରି ଘଟଣାକୁ ବିରୋଧ କରି ଉଭୟ ସ୍ୱାମୀ ଏବଂ ଗାଡିର ଡ୍ରାଇଭରଙ୍କୁ ଉତମ ମଧ୍ୟମ ଦେଇଛନ୍ତି ଗ୍ରାମବାସୀ ।

ସୂଚନାଯୋଗ୍ୟ କି, କଳାହାଣ୍ଡି ଜିଲ୍ଲା ଧର୍ମଗଡ ଅଂଚଳରେ ୩ ବର୍ଷ ହେଲା ଅଲଗା ରହୁଥିବା ସ୍ତ୍ରୀଙ୍କୁ ନେବା ପାଇଁ ସ୍ୱାମୀ ଏବଂ ତାଙ୍କର ଜଣେ ଡ୍ରାଇଭର ଆସିଥିଲେ । ପରେ ସ୍ତ୍ରୀ ମନା କରିବାରୁ ତାଙ୍କୁ ବଳପୂର୍ବକ ସ୍ୱାମୀଜଣଙ୍କ  ଗାଡିରେ ନେଇ ଆସୁଥିଲେ । ସେହି ସମୟରେ ମହିଳା ଗାଡିରେ ଚିତ୍କାର କରିବାରୁ ଗ୍ରାମବାସୀମାନେ ଗାଡିଟିକୁ ଅଟକାଇବା ସହ ଉଭୟ ସ୍ୱାମୀ ଏବଂ ଡ୍ରାଇଭରଙ୍କୁ ମାଡ ମାରି ପୋଲିସର ଜିମା ଦେଇଥିଲେ ।  ଏନେଇ ପୋଲିସ୍ ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି ।