ସୁସ୍ଥ ହେଲେ ଆଉ ୫୩ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ବଡ ଖବର  । ଆଜି ସୁସ୍ଥ ହୋଇଛନ୍ତି ୫୩ଜଣ କରୋନା ଆକ୍ରାନ୍ତ  । ୫୩ଜଣଙ୍କ ମଧ୍ୟରୁ ଗଞ୍ଜାମରୁ ୩୦ଜଣ, ଯାଜପୁରରୁ ୧୮, ଖୋର୍ଦ୍ଧାରୁ ୩ଜଣ ଏବଂ କେନ୍ଦୁଝରରୁ ୨ଜଣ ସୁସ୍ଥ ହୋଇଥିବା ନେଇ ଟୁଇଟ କରି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ନୂତନ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୫୫୦ରେ ଛୁଇଁଛି  । ସେହିଭଳି ଭାବରେ ରାଜ୍ୟରେ ଏବେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୫ ଥିବା ବେଳେ ୭୭୮ଟି ସକ୍ରିୟ ମାମଲା ରହିଛି  । ଏହା ସହ ୭ଜଣ କରୋନା ଦ୍ୱାରା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି  ।