ଅଭିନେତା କିରଣ କୁମାର କରୋନା ପଜିଟିଭ

ମୁମ୍ବାଇ: ଭାରତରେ କାୟା ମେଲାଇଥିବା ମହାମାରୀ କରୋନା ଭାଇରସ ର ରେ ସଂକ୍ରମିତ ହୋଇଛନ୍ତି ଜଣେ ବଲିଉଡ୍ କଳାକାର। ବଲିଉଡ୍‌ ଅଭିନେତା କିରଣ କୁମାର ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି।

ସୂଚନାନୁସାରେ, ବଲିଉଡ୍‌ ଅଭିନେତା କିରଣ କୁମାର କରୋନା ଆକ୍ରାନ୍ତ।  ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିବା ପରେ ମଧ୍ୟ ସେ ହସ୍ପିଟାଲରେ ଭର୍ତ୍ତି ହୋଇନାହାନ୍ତି।ସେ ୧୦ ଦିନ ହେବ ସେଲ୍ଫ୍‌ କ୍ୱାରେଂଟାଇନ୍‌ ରେ ରହିଥିବା ଜଣାପଡ଼ିଛି। କିଛି ହେଲ୍‌ଥ୍‌ ଚେକ୍‌ ଅପ୍‌ ପାଇଁ ସେ ହସ୍ପିଟାଲ୍‌ ଯାଇଥିଲେ ଓ କୋଭିଡ୍‌-୧୯ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲେ। ସାମ୍ପଲ୍‌ ଟେଷ୍ଟ୍‌ ପରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା।

ତାଙ୍କ ଶରୀରରେ କୌଣସି କରୋନା ଲକ୍ଷଣ ଦେଖାଯାଉନଥିଲା ବୋଲି ସେ କହିଛନ୍ତି। ଏବେ ସେ ସୁସ୍ଥ ଅଛନ୍ତି  ତେଣୁ ଆସନ୍ତାକାଲି ଆଉଥରେ ସେ ନମୁନା ପରୀକ୍ଷା କରିବେ ବୋଲି ଜଣାପଡ଼ିଛି।