ଲକ୍ ଡାଉନ୍‌: କେନ୍ଦ୍ରାପଡାରେ ସକାଳ ୬ଟାରୁ ୧୧ଯାଏଁ ଖୋଲିବ ଦୋକାନ

କେନ୍ଦ୍ରାପଡା: ଲୋକ ଗହଳିକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡାରେ ଲକ୍ ଡାଉନ୍ କୁ କଡାକଡି କରାଯାଇଛି ।

ଏଣିକି କେନ୍ଦ୍ରାପଡ଼ା ସହରରେ ଦିନ ସାରା ନୁହେଁ ଦିନକୁ ୫ଘଂଟା ପାଇଁ ଖୋଲା ରହିବ ଦୋକାନ ବଜାର। ଲକ୍‌ଡାଉନ୍‌ରେ ଖୋଲା ରହିବାକୁ ନିୟମ ଥିବା ଗ୍ରୋସରୀ, ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଆଜିଠୁ ସକାଳ ୬ରୁ ୧୧ ଯାଏ ଖୋଲା ରହିବ। ଏହି ସମୟ ମଧ୍ୟରେ ଲୋକେ ବଜାରକୁ ଯାଇ ଯାହା ଆବଶ୍ୟକ ସାମଗ୍ରୀ  କିଣି ପାରିବେ। ଦିନ ସାରା ଖୋଲା ରଖାଯିବ ନିୟମକୁ ଉଠାଇ ଦେଇଛି  ଜିଲ୍ଲା ପ୍ରଶାସନ।

ବହୁ ସଂଖ୍ୟାରେ ଲୋକେ ଦିନ ସାରା ବିଭିନ୍ନ ଅଂଚଳରେ ଭିଡ଼ ଜମାଉଥିବା ଦେଖାଯାଇଥିଲା। କିଛି ଅଂଚଳରେ ନିୟମ ଉଲ୍ଲଂଘନ ହେଉଥିବା ଅଭିଯୋଗ ବି ହୋଇଥିଲା। ଏହାପରେ  ନିୟମକୁ ଅଧିକ କଡ଼ାକଡ଼ି କରାଯାଇଛି। ତେବେ ଏହି କଟକଣାରୁ ଔଷଧ ଦୋକାନ ବାଦ୍ ରହିବ।