ଦିଲ୍ଲୀରେ ମେଟ୍ରୋରେ ମାଗଣାରେ ଯାତ୍ରା କରିବେ ପୋଲିସ

ନୂଆଦିଲ୍ଲୀ: ଦିଲ୍ଲୀରେ ଲକ୍ ଡାଉନ୍ କୁ ଦୃଷ୍ଟିରେ ରଖି ପୋଲିସ କର୍ମୀମାନେ ମାଗଣାରେ ମେଟ୍ରୋରେ ଯାତାୟତ କରିପାରିବେ । ଏନେଇ ଏକ ରିପୋର୍ଟରୁ ଜଣାପଡିଛି । ଡ୍ୟୁଟିରେ ମୁତୟନ ଥିବା ପୋଲିସକର୍ମୀମାନେ ଘର, ଥାନା ଅଥବା ବ୍ୟାଙ୍କ ଯିବାରେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି, ସେଥିପାଇଁ ଏହି ବ୍ୟବସ୍ଥା କରାଯାଇଛି । ଦିଲ୍ଲୀର ୫ଟି ମେଟ୍ରୋଲାଇନରେ ଏବେ ପୋଲିସକର୍ମୀଙ୍କ ପାଇଁ ମେଟ୍ରୋ ଟ୍ରେନ ଚାଲିଛି ।

ସବୁଠାରୁ ଭଲ କଥା ହେଲା ଯେ, ଡିଏମଆରସି ମେଟ୍ରୋରେ ଯାତ୍ରା କରୁଥିବା ପୋଲିସକର୍ମୀଙ୍କ ଠାରୁ ଭଡା ନିଆଯାଉନାହିଁ । ଅର୍ଥାତ ପୋଲିସ କର୍ମୀମାନେ ମାଗଣାରେ ନିଜର ଗନ୍ତବ୍ୟସ୍ଥଳକୁ ପହଂଚୁଛନ୍ତି । ପୋଲିସ କର୍ମୀଙ୍କୁ ଆଇକାର୍ଡ ଦେଖାଇଲେ ମେଟ୍ରୋ ଷ୍ଟେସନ ଭିତରକୁ ପ୍ରବେଶ ଦିଆଯାଉଛି । ଏଥି ପାଇଁ ଏକ ଯାତାୟତ ସୂଚୀ ମଧ୍ୟ ପ୍ରସ୍ତୁତ ହୋଇଛି । ଏହା ସବୁ ଜିଲ୍ଲା ଏବଂ ଶାଖାରେ ମୁତୟନ ଥିବା ପୋଲିସଙ୍କ ପାଇଁ ଜାରି କରାଯାଇଛି ।