ଆଜି ଭୁବନେଶ୍ୱରରୁ ୪୯ ପଜିଟିଭ ବାହାରିଲେ, ସୁସ୍ଥ ହେଲେ ୫୩

ଭୁବନେଶ୍ୱର: ମହାମାରୀ କରୋନା ଭାଇରସ ନେଇ ରାଜଧାନୀ ଭୁବନେଶ୍ୱରରେ ଆଜି ମିଶ୍ରିତ ରିପୋର୍ଟ ପ୍ରକାଶ ପାଇଛି । ଭୁବନେଶ୍ୱରର ବିଭିନ୍ନ ଅଂଚଳରୁ ଆଜି ୪୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୫୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୫ ଜଣ ଲୋକାଲ କେସ ହୋଇଥିବା ବେଳେ ୩୪ ଜଣ ସଂଗରୋଧରୁ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି ।

ଭରତପୁର ଅଂଚଳର ଜଣେ ୨୪ ବର୍ଷିଅ ପୁରୁଷ, ୟୁନିଟ-୫ ଅଂଚଳର ୪୭ ବର୍ଷିଅ ପୁରୁଷ, ବରମୁଣ୍ଡା ଜଗନ୍ନାଥ ବିହାର ଅଂଚଳର ଜଣେ ୩୨ ବର୍ଷିଅ ପୁରୁଷ, ଗଂଗନଗର ଅଂଚଳର ଜଣେ ୬୫ ବର୍ଷିଅ ପୁରୁଷ, ନିର୍ମାଣ କଂପାନିର ଜଣେ ୨୮ ବର୍ଷିଅ ପୁରୁଷ, ପୁରୁଣା ଭୁବନେଶ୍ୱର ଅଂଚଳର ବାରିକ ସାହିର ଜଣେ ୩୯ ବର୍ଷିଅ ପୁରୁଷ, ରସୁଲଗଡ଼ ଜିଜିପି କଲୋନିର ୩ ଜଣ (୪୫ ବର୍ଷିଅ ମହିଳା, ୫୧ ଓ ୪୬ ବର୍ଷିଅ ପୁରୁଷ), ବିମାନବନ୍ଦର ନିକଟ ଭୀମପୁରର ଜଣେ ୨୪ ବର୍ଷିଅ ପୁରୁଷ, କ୍ଷୀର ପରିସର ନିକଟ ଜାଗମରା ଅଂଚଳର ଜଣେ ୫୮ ବର୍ଷିଅ ପୁରୁଷ, ମଂଚେଶ୍ୱରର ଅଂଚଳର ୫ ଜଣ ପୁରୁଷ (୫୬ ବର୍ଷ, ୩୪ ବର୍ଷ, ୩୧ ବର୍ଷ, ୨୮ ବର୍ଷ ଓ ୪୩ ବର୍ଷ), ନୟାପଲ୍ଲୀର ଏନ-୬ ଅଚଂଳର ୪ ଜଣ (୩୬, ୧୫ ଓ ୧୨ ବର୍ଷୀୟ ମହିଳା ଏବଂ ୨୨ ବର୍ଷିଅ ପୁରୁଷ) ପୂର୍ବରୁ ଚିହ୍ନଟ ଜଣେ କରୋନା ଆକ୍ରାନ୍ତଙ୍କ ସଂପର୍ଶରେ ଆସି ପଜିଟିଭ ଚିହ୍ନଟ ହୋଇଛନ୍ତି । ଏକ ଘରୋଇ ମେଡିକାଲ କଲେଜର ୩ ଜଣ କର୍ମଚାରୀଙ୍କୁ ମଧ୍ୟ କରୋନା ସଂକ୍ରମଣ ହୋଇଛି । ସେମାନଙ୍କର ବୟସ ଯଥାକ୍ରମେ ୨୧ ଓ ୧୯ ବର୍ଷ (ପୁରୁଷ) ଏବଂ ଜଣେ ୪୧ ବର୍ଷୀୟ ମହିଳା । ଏମାନେ ଆନ୍ଧ୍ରପ୍ରଦେଶକୁ ଯାଇଥିଲେ । ଉତ୍ତର ପ୍ରଦେଶ ଫେରନ୍ତା ବରମୁଣ୍ଡା ବିଡିଏ କମ୍ପେ୍ଲକ୍ସ ନିବାସୀ ଜଣେ ୩୧ ବର୍ଷିଅ ପୁରୁଷ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିଭଳି ବିହାର ଫେରନ୍ତ ମୈତ୍ରୀ ବିହାର ନ୍ୟୁ ଏଲଆଇସି କଲୋନିର ଜଣେ ୨୧ ବର୍ଷିଅ ପୁରୁଷ କରୋନା ସଂକ୍ରମଣର ଶିକାର ହୋଇଛନ୍ତି ।