ସୁସ୍ଥ ହେଲେ ୯୫ ପୁୁଲିସ୍‌ କର୍ମୀ: ଯୋଦ୍ଧାମାନଙ୍କ ପ୍ରଶଂସା କରି ଟୁଇଟ୍ କଲେ ପୁଲିସ୍‌ ମହାନିର୍ଦେଶକ

ଭୁବନେଶ୍ୱର: ମହାମାରୀ କରୋନା ଭାଇରସ୍‌ର ଶିକାର ହୋଇଥିବା ୯୫ ପୁଲିସ୍‌ କର୍ମଚାରୀ ସୁସ୍ଥ ହୋଇଛନ୍ତି। ଏହି ଯୋଦ୍ଧାମାନେ କରୋନାକୁ ହରାଇ ସୁସ୍ଥ ହେବା ପରେ ସର୍ବସାଧାରଣଙ୍କ ସେବା ସକାଶେ ଏବେ କାର୍ଯ୍ୟରେ ଯୋଗ ଦେ‌ବେ ବୋଲି ଓଡ଼ିଶାର ‌ ପୁଲିସ୍‌  ମହାନିର୍ଦେଶକ ଅଭୟ ସୂଚନା ଦେଇଛନ୍ତି।

ପୁଲିସ୍‌  ମହାନିର୍ଦେଶକ ଅଭୟ ତାଙ୍କ ଟୁଇଟର୍‌ ଆକାଉଣ୍ଟ୍‌ରେ ଟୁଇଟ୍‌ କରି ଏ ବିଷୟରେ ଜଣାଇଛନ୍ତି। ସେ  ଲେଖିଛନ୍ତି କି ‘୯୫ ଜଣ ଓଡ଼ିଆ ପୁଲିସ୍‌ କରୋନାକୁ ହରାଇ ସୁସ୍ଥ ହେବା ପ‌ରେ ଏବେ ନିିଜକୁ ଆଗ ଧାଡ଼ିର ସେବାରେ ନିଜକୁ ସାମିଲ୍‌ କରିବାକୁ ପ୍ରସ୍ତୁତ ହୋଇଛନ୍ତି। ସେମାନେ ପୂର୍ବରୁ କରୋନା ଆକ୍ରାନ୍ତ ହୋଇଥିଲେ। ମାତ୍ର ସେମାନେ କରୋନାକୁ ହରାଇ ସାରିଛନ୍ତି। ଏବେ ଅନ୍ୟମାନଙ୍କୁ ସୁରକ୍ଷା ଦେବାକୁ ସେମାନେ ଆଗଧାଡ଼ିକୁ ଫେରୁଛନ୍ତି।’

ସେ ଅନ୍ୟ ଏକ ଟୁଇଟ୍‌ କରି ଲେଖିଛନ୍ତି କି, ‘ସେମାନଙ୍କର ସର୍ବସାଧାରଣ ସେବା ସକାଶେ ଉତ୍ସର୍ଗୀକୃତ ମନୋଭାବ ଓ କାର୍ଯ୍ୟ ପ୍ରତି ପ୍ରତିବଦ୍ଧତା ପାଇଁ ସେମାନଙ୍କୁ ସମ୍ମାନ ଜଣାଉଛି। ବାସ୍ତବ ଜୀବନର ଏହି ନାୟକମାନଙ୍କୁ ଜିଡିିପିଙ୍କ ପକ୍ଷରୁ ସ୍ୱତନ୍ତ୍ରତା ଗ୍ରହଣୀୟତା ଜଣାଯାଉଛି। ’