ପାରାଦୀପ ବନ୍ଦରର ପିଆଇସିଟୀ ବର୍ଥରେ ପୁଣି କଣ୍ଟେନର ଯୋଗେ ପଣ୍ୟ କାରବାର ଆରମ୍ଭ

ପାରାଦୀପ  : ବିଳମ୍ବ ରେ ହେଲେ ମଧ୍ୟ ଆଜି ପୁଣି ଏକ ସଫଳତାର ସ୍ବାଦ ଚାଖି ଛି ପାରାଦୀପ ବନ୍ଦର। ବହୁ ଆଗରୁ କଣ୍ଟେନର ଯୋଗେ ପଣ୍ୟ ରପ୍ତାନୀ ଆରମ୍ଭ ହୋଇଥିଲେ ମଧ୍ୟ ବିଭିନ୍ନ ସମସ୍ୟା ନେଇ ତାହା ବନ୍ଦ ହୋଇ ଯାଇଥିଲା। କିନ୍ତୁ କିଛି ଦିନ ବ୍ୟବଧାନରେ ପାରାଦୀପ ର ପିଆଇସିଟୀ ବର୍ଥରେ ପୁଣି କଣ୍ଟେନର ଯୋଗେ ପଣ୍ୟ କାରବାର ଆରମ୍ଭ ହୋଇଛି। ଆଜି ପ୍ରଥମ କରି ପାରାଦୀପ ତୈଳ ବିଶୋଧନାଗାର ରୁ ଉତ୍ପାଦିତ ପଲିମର ପଣ୍ୟ ସିଧାସଳଖ ବିଦେଶକୁ ରପ୍ତାନୀ କାର୍ଯ୍ୟ ର ଶୁଭାରମ୍ଭ କରାଯାଇଛି।

ଏନେଇ ପିଆସିଟୀ ବର୍ଥରେ ଏକ ଭବ୍ୟ ଉତ୍ସବର ଆୟୋଜନ କରାଯାଇଥିଲା। ଏଥିରେ ପାରାଦୀପ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ରପ୍ତାନୀ କାର୍ଯ୍ୟ ର ଶୁଭାରମ୍ଭ କରିଥିଲେ। ପୂର୍ବରୁ ଆଇଓସିଏଲ୍ ରୁ ଉତ୍ପାଦିତ ବିଭିନ୍ନ ପଣ୍ୟ ସଡ଼କ ଓ ରେଳ ଯୋଗେ ଭାଇଜାଗ୍ ବନ୍ଦର କୁ ଯାଉଥିଲା ଏବଂ ସେଠାରୁ ବିଦେଶକୁ ରପ୍ତାନୀ ହେଉଥିଲା କିନ୍ତୁ ବର୍ତ୍ତମାନ ପାରାଦୀପ ବନ୍ଦର ରେ ପିପିପି ମୋଡ୍ ରେ ନିର୍ମିତ ପିଆସିଟୀ ବର୍ଥରେ ଅତ୍ୟାଧୁନିକ ଜ୍ଞାନ କୌଶଳରେ ପଣ୍ୟ ଆମଦାନୀ ଓ ରପ୍ତାନି କରାଯାଉଛି। ତେବେ ତାହାକୁ ଦୃଷ୍ଟିରେ ରଖି ଆଜି ଠାରୁ ସ୍ବତନ୍ତ୍ର ଭାବେ ପାରାଦୀପ ବନ୍ଦର ରେ କଣ୍ଟେନର ସେବା ଆରମ୍ଭ ହୋଇଛି। ତେଣୁ ପ୍ରଥମ କରି ସିଙ୍ଗାପୁର ରୁ ଆସିଥିବା MV Danu Bhum ଜାହାଜ ରେ ପ୍ରାୟ ୧୫୦ଟି କଣ୍ଟେନର ଆସିଥିବା ବେଳେ ସେଥିରେ ପ୍ରଥମ କରି ୨୩ଟି କଣ୍ଟେନର ରେ ପଲିମର ପଣ୍ୟ ବୋଝେଇ ହୋଇ ସିଧାସଳଖ ମ୍ୟାଲେସିଆ ର ପୋର୍ଟ କ୍ଲାଣ୍ଟ୍ କୁ ଯିବ। ଯେଉଁ ଥିରେ ଖର୍ଚ୍ଚ କମ୍ ହେବା ସହ ପାରାଦୀପ ବନ୍ଦର ର କ୍ଷମତା ବୃଦ୍ଧି ରେ ମଧ୍ୟ ଯଥେଷ୍ଟ ସହାୟକ ହେବ। ତାଛଡା ଏହି କଣ୍ଟେନର ସେବା ଆରମ୍ଭ ହେଲେ ଏଥିରେ ସିଫୁଡ୍ ଓ ଫର୍ଟିଲାଇଜର ସମେତ ବିଭିନ୍ନ ପଣ୍ୟ ମଧ୍ୟ ଆମଦାନୀ ଓ ରପ୍ତାନି ହୋଇପାରିବ ବୋଲି ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରାୟ କହିଛନ୍ତି। ଯାହାକି ପାରାଦୀପ ବନ୍ଦର ର ସଫଳତା ରେ ଏହା ଆଉ ଏକ ଫର୍ଦ୍ଦ ଯୋଡ଼ି ହେଲା ବୋଲି କହିବାକୁ ହେବ।