ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୪୨୪୧ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜ୍ୟରେ ଆଜି ରାଜ୍ୟରେ ୪୨୪୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୫୦୨ ଓ ସ୍ଥାନୀୟ ଅଞ୍ଚଳରୁ ୧୭୩୯ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ୧ ଲକ୍ଷ ୬୭ ହଜାର ୧୬୧କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୪୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳ କଟକ ଜିଲ୍ଲାରୁ ୩୮୯ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ନୟାଗଡ଼ ଜିଲ୍ଲାରୁ ୯୪, ଗଞ୍ଜାମ ଜିଲ୍ଲାରୁ ୭୫, ବଲାଙ୍ଗୀର ଜିଲ୍ଲାରୁ ୪୪, ବାଲେଶ୍ବର ଜିଲ୍ଲାରୁ ୧୪୧, କୋରାପୁଟ ଜିଲ୍ଲାରୁ ୯୮, ଭଦ୍ରକ ଜିଲ୍ଲାରୁ ୭୨, ରାୟଗଡ଼ା ଜିଲ୍ଲାରୁ ୬୬, ପୁରୀ ଜିଲ୍ଲାରୁ ୨୯୧, ସୁନ୍ଦରଗଡ଼ ଜିଲ୍ଲାରୁ ୧୫୪, ଜଗତସିଂହପୁର ଜିଲ୍ଲାରୁ ୧୨୬, ସମ୍ବଲପୁର ଜିଲ୍ଲାରୁ ୯୧, କଳାହାଣ୍ଡି ଜିଲ୍ଲାରୁ ୧୧୪, ଯାଜପୁର ଜିଲ୍ଲାରୁ ୧୫୦, କନ୍ଧମାଳ ଜିଲ୍ଲାରୁ ୧୧୬, କେନ୍ଦ୍ରାପଡ଼ା ଜିଲ୍ଲାରୁ୧୦୩, ମାଲକାନଗିରି ଜିଲ୍ଲାରୁ ୨୮, ଗଜପତି ଜିଲ୍ଲାରୁ ୨୩, ମୟୂରଭଞ୍ଜ ଜିଲ୍ଲାରୁ ୧୪୭ , ଝାରସୁଗୁଡ଼ା ଜିଲ୍ଲାରୁ ୧୧୧, ଢେଙ୍କାନାଳ ଜିଲ୍ଲାରୁ ୮୬, ନବରଙ୍ଗପୁର ଜିଲ୍ଲାରୁ ୧୦୭, କେନ୍ଦୁଝର ଜିଲ୍ଲାରୁ ୭୭, ସୁବର୍ଣ୍ଣପୁର ଜିଲ୍ଲାରୁ ୧୨୯, ଅନୁଗୁଳ ଜିଲ୍ଲାରୁ ୮୪, ବରଗଡ଼ ଜିଲ୍ଲାରୁ ୧୪୯, ନୂଆପଡ଼ା ଜିଲ୍ଲାରୁ ୯୯, ଦେବଗଡ଼ରୁ ୬ ଓ ବୌଦ୍ଧ ଜିଲ୍ଲାରୁ ୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାଛଡ଼ା ଷ୍ଟେଟ୍ ପୁଲରୁ ୩୩୦ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି।