ପବିତ୍ର ମହାଳୟା: ପିତୃ ପୁରୁଷଙ୍କୁ ପିଣ୍ଡଦାନ କଲେ ଶ୍ରଦ୍ଧାଳୁ

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ମହାଳୟା । ୧୫ ଦିନ ଧରି ଚାଲିଥିବା ପିତୃ ପକ୍ଷର ଆଜି ଅନ୍ତିମ ଦିନ । ଆଜିର ଦିନରେ ପିତୃ ପୁରୁଷଙ୍କୁ ପିଣ୍ଡଦାନ କରାଯିବାର ପରମ୍ପରା ରହିଛି । ଚଳିତ ବର୍ଷ କୋରୋନା ମହାମାରୀ ଯୋଗୁଁ ବିଭିନ୍ନ ଧର୍ମାନୁଷ୍ଠାନ ଓ ମନ୍ଦିରରେ କୋଭିଡ ନିୟମ ପାଳନ କରାଯାଇ ପିତୃ ପୁରୁଷଙ୍କୁ ପିଣ୍ଡଦାନ କରୁଛନ୍ତି ସମସ୍ତେ ।

ଏହି ପରିପ୍ରେକ୍ଷୀରେ ସକାଳୁ ସକାଳୁ ବିନ୍ଦୁ ସାଗରରେ ଶ୍ରଦ୍ଧାଳୁ ନିଜ ପିତୃ ପୁରୁଷଙ୍କୁ ପିଣ୍ଡଦାନ କରିଛନ୍ତି । କୋରୋନା ଯୋଗୁଁ ବିନ୍ଦୁ ସାଗରରେ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ଏତେଟା ଗହଳି ଦେଖାଯାଇନାହିଁ । ସେପଟେ ପିଣ୍ଡଦାନ ପାଇଁ ଆସିଥିବା ଶ୍ରଦ୍ଧାଳୁମାନେ ସାମାଜିକ ଦୂରତ୍ୱ ବଜାୟ ରଖିଥିବା ଦେଖାଯାଇଛି ।