ଆଜି ରାଜ୍ୟରେ ୩୭୪୮ ନୂଆ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜ୍ୟରେ ପୁଣି ନୂଆ ୩୭୪୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୨୧୦ ଓ ସ୍ଥାନୀୟ ଅଞ୍ଚଳରୁ ୧୫୩୮ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ୧ ଲକ୍ଷ ୩୫ ହଜାର ୧୩୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୧୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳ କଟକ ଜିଲ୍ଲାରୁ ୩୯୨ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ନୟାଗଡ଼ ଜିଲ୍ଲାରୁ ୬୯, ଗଞ୍ଜାମ ଜିଲ୍ଲାରୁ ୭୧, ବଲାଙ୍ଗୀର ଜିଲ୍ଲାରୁ୧୬୩, ବାଲେଶ୍ୱର ଜିଲ୍ଲାରୁ ୧୦୩, କୋରାପୁଟ ଜିଲ୍ଲାରୁ ୯୭, ଭଦ୍ରକ ଜିଲ୍ଲାରୁ ୪୬, ରାୟଗଡ଼ା ଜିଲ୍ଲାରୁ ୮୨, ପୁରୀ ଜିଲ୍ଲାରୁ ୩୮୭, ସୁନ୍ଦରଗଡ଼ ଜିଲ୍ଲାରୁ ୧୫୭, ଜଗତସିଂହପୁର ଜିଲ୍ଲାରୁ ୯୪, ସମ୍ବଲପୁର ଜିଲ୍ଲାରୁ ୭୯, କଳାହାଣ୍ଡି ଜିଲ୍ଲାରୁ ୩୮, ଯାଜପୁର ଜିଲ୍ଲାରୁ ୧୪୦, କନ୍ଧମାଳ ଜିଲ୍ଲାରୁ ୮୫, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୧୬, ମାଲକାନଗିରି ଜିଲ୍ଲାରୁ ୨୧, ଗଜପତି ଜିଲ୍ଲାରୁ ୩୩, ମୟୂରଭଞ୍ଜ ଜିଲ୍ଲାରୁ ୩ , ଝାରସୁଗୁଡ଼ା ଜିଲ୍ଲାରୁ ୭୦, ଢେଙ୍କାନାଳ ଜିଲ୍ଲାରୁ ୬୫, ନବରଙ୍ଗପୁର ଜିଲ୍ଲାରୁ ୧୨୧, କେନ୍ଦୁଝର ଜିଲ୍ଲାରୁ ୬୩, ସୁବର୍ଣ୍ଣପୁର ଜିଲ୍ଲାରୁ ୧୨୪, ଅନୁଗୁଳ ଜିଲ୍ଲାରୁ ୫୭, ବରଗଡ଼ ଜିଲ୍ଲାରୁ ୯୨, ନୂଆପଡ଼ା ଜିଲ୍ଲାରୁ ୧୦୭, ଦେବଗଡ଼ରୁ ୨୪ ଓ ବୌଦ୍ଧ ଜିଲ୍ଲାରୁ ୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।