ଆଜି କଟକରୁ ୩୫ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: କଟକ ସହରରୁ ଆଉ ୩୫ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୩୨ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୩ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ ।


ସହରରେ ସରକାରୀ କ୍ୱାରେଣ୍ଟାଇନରୁ ୬ଜଣ ଚିହ୍ନଟ ହୋଇଥିବା ବେଳେ ହୋମ୍ କ୍ୱାରେଣ୍ଟାଇନରେ ଥିବା ୨୬ଜଣଙ୍କ ନମୂନା ପଜିଟିଭ୍ ଆସିଛି । ସେହିପରି ସ୍ଥାନୀୟ ସଂକ୍ରମିତମାନେ ହେଲେ ପୁରୁଣା ରାଉସପାଟଣାର ୨୫ ବର୍ଷୀୟ ଯୁବକ, ଶିଖରପୁରର ୬୦ ବର୍ଷୀୟ ବୃଦ୍ଧ ଓ ଚାନ୍ଦିନୀ ଚୌକ ଅଞ୍ଚଳର ଜଣେ ୬୦ ବର୍ଷୀୟା ମହିଳା । ଏହି ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି ।