ବୋରୱେଲ ଭିତରେ ଖସିପଡିଛି ୩ ବର୍ଷର ଶିଶୁ କନ୍ୟା , NDRFର ଅପରେସନ ସନା

ମୁଙ୍ଗେର : ବୋରୱେଲ ଭିତରେ ସନା । ବିହାରର ମୁଙ୍ଗେର ଜିଲ୍ଲାରେ ଏକ ବୋରୱେଲ୍ ଭିତରକୁ ୩ ବର୍ଷର ଶିଶୁ କନ୍ୟା ସନା ଖସି ପଡିଛି । ଗତକାଲି ଅପରାହ୍ନ ୪ଟା ବେଳେ ଖେଳୁଥିବା ବେଳେ ଝିଅଟି ୨୨୫ ଫୁଟ ତଳକୁ ବୋରୱେଲ୍ ଭିତରକୁ ଖସିପଡିଛି । ବୋରୱେଲର ୪୮ ଫୁଟ ତଳେ କୁନି ଝିଅଟି ଅଟକି ରହିଛି । ବାହାରକୁ ତାର କାନ୍ଦ ଶୁଣା ଯାଉଛି । ନିଃଶ୍ବାସ ପ୍ରଶ୍ବାସ ନେବାରେ ଯେଭଳି ସମସ୍ୟା ହେବନି, ସେଥିପାଇଁ ବୋରୱେଲ୍ ଭିତରକୁ ପାଇପ୍ ସାହାଯ୍ୟରେ ଅକ୍ସିଜେନ୍ ଯୋଗାଣ କରାଯାଉଛି । ଏଥି ସହ ସିସିଟିଭି କ୍ୟାମେରା ସାହାଯ୍ୟରେ ଝିଅଟିର ଗତିବିଧିକୁ ଅନୁଧ୍ୟାନ କରୁଛନ୍ତି ଉଦ୍ଧାରକାରୀ ଦଳ । NDRF ଟିମ୍ ସହ ସ୍ଥାନୀୟ ପୋଲିସ ପ୍ରଶାସନ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ବୋରୱେଲ୍ ପାଖରେ ଏଲ୍ ସେପର ଏକ ରାସ୍ତା ଖୋଳା ଯାଉଛି । ଦୁଇ ଦିନ ତଳେ ସନା ବାପା ନଚିକେତ ସହ ଅଜାଙ୍କ ଘରକୁ ଯାଇଥିଲା । ଆଜାଙ୍କ ଘର ସମ୍ନାରେ ଖେଳିବା ବେଳେ ଅପରାହ୍ନ ୪ଟା ବେଳେ ଝିଅଟି ଖସି ପଡିଥିଲା । ଦୀର୍ଘ ୨୪ ଘଣ୍ଟା ହେଲା କୁନି ଝିଅଟି ବୋରୱେଲ୍ ଭିତରେ ଅଛି ।