ଗୋଟିଏ ପରିବାରରର ତିନି ମୃତ । ମା’ ଓ ପୁଅର ମୃତଦେହ ଘର ଭିତରେ ପଡ଼ିଥିବା ବେଳେ ବାପାର ମୃତଦେହ ଘର ଛାତରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । କେନ୍ଦ୍ରାପଡା ଜିଲ୍ଲା ରାଜନଗରର ତାଳଚୁଆ ସାମୁଦ୍ରିକ ଥାନା ରାଜେନ୍ଦ୍ରନଗର ଗାଁରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣାସ୍ଥଳରେ ପୋଲିସର ଛାନଭିନ ଜାରି ରହିଛି ।ସମସ୍ତେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।
ମୃତକ ହେଲେ ବାପା ଶ୍ରୀଦାମ ମଣ୍ଡଳ (୫୩), ମାଆ ଜୟନ୍ତୀ (୪୫) ଓ ପୁଅ ପରୀକ୍ଷିତ(୨୭)। ଆଜି ସକାଳେ ଶ୍ରୀଦାମ ମଣ୍ଡଳଙ୍କ ଝୁଲନ୍ତା ମୃତଦେହ ଛାତରୁ ତଳକୁ ଓହଳିଥିବା ଦେଖି ଗାଁ ଲୋକେ ପୁଲିସକୁ ଖବର ଦେଇଥିଲେ।