ଆଜି ଚିହ୍ନଟ ହୋଇଥିବା ୨୬ କରୋନା ଆକ୍ରାନ୍ତ ସୁରତ ଫେରନ୍ତା

ଭୁବନେଶ୍ୱର: ଆଜି ରାଜ୍ୟରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ୨୬ଜଣଙ୍କ ସଂପର୍କରେ ଅଧିକ ତଥ୍ୟ ପ୍ରଦାନ କରିଛି ସୂଚନା ଓ ଲୋକ ସଂପର୍କ ବିଭାଗ। ଏମାନେ ସମସ୍ତେ ସୁରତ ଫେରନ୍ତା ଏବଂ ପୁରୁଷ ବୋଲି ଜଣାଯାଇଛି। ଆଜି ଚିହ୍ନଟ ହୋଇଥିବା ଗଞ୍ଜାମ ଜିଲ୍ଲାର ୧୯ ଆକ୍ରାନ୍ତଙ୍କ ବୟସ  ୨୬, ୪୫, ୨୧, ୩୮, ୪୦,୩୩, ୪୫., ୩୧, ୨୩, ୪୭, ୩୫,୨୪, ୩୦, ୧୮, ୨୯, ୫୭, ୩୮, ୩୧, ଏବଂ ୫୮ ବର୍ଷ ବୋଲି ଏଥିରେ ସୂଚନା ଦିଆଯାଇଛି।

ଠିକ୍ ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାରୁ ଚିହ୍ନଟ ୫ ଆକ୍ରାନ୍ତଙ୍କ ବୟସ  ୩୨, ୩୩, ୨୭, ୩୫ ଓ ୩୧ ବର୍ଷ । ଅପରପକ୍ଷରେ ଭଦ୍ରକରେ ଚିହ୍ନଟ ହୋଇଥିବା ଦୁଇ କରୋନା ଆକ୍ରାନ୍ତଙ୍କ ବୟସ ୨୧ ଓ ୪୧ ବର୍ଷ।

ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।