ଆରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ

ପୁରୀ : ସରକାରଙ୍କ ଅନୁମତି ପରେ ଆଜି ରଥଖଳାରେ ରଥ ନିର୍ମାଣ କାମ ଆରମ୍ଭ ହୋଇଛି। ଏବେ ତୁମ୍ବ ପ୍ରସ୍ତୁତିରେ ମହାରଣା ସେବକମାନେ ଲାଗି ପଡ଼ିଛନ୍ତି।

ସୂଚନାଯୋଗ୍ୟ ଗତକାଲି ବିଳମ୍ବିତ ରାତିରେ ଜିଲ୍ଲାପାଳ ବଲୱନ୍ତ ସିଂହ ଓ ତିନି ରଥର ମହାରଣାଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକରେ ଏହି ରଥ ନିର୍ମାଣ କାମ ଆରମ୍ଭ ଲାଗି ନିଷ୍ପତି ନିଆଯାଇଥିଲା। ସକାଳ ୮ଟାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ସ୍ଥିର ହୋଇଥିଲା।