୨ ଛୋଟ ପିଲା ସହ ଜୀବନ୍ତ ଜଳିଗଲେ ୪ଜଣ

ଦିଲ୍ଲୀ ଶାହଦରା ଶାସ୍ତ୍ରୀ ନଗରରେ ଥିବା ଏକ ଆବାସିକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୪ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ନିଆଁ ଲିଭା ସୂଚନା ମିଳିବା ପରେ ଦମକଳ ଏବଂ ପୋଲିସ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚିଛି । ନିଆଁ ଲାଗିବା ଯୋଗୁଁ ପାର୍କିଂରେ ୪ଟି ଗାଡି ପୋଡି ଯାଇଥିଲା । ପୋଲିସ ଘଟଣାସ୍ଥଳରେ ନିଆଁକୁ ଆୟତ୍ତ କରିଛି ।

ଖବର ମୁତାବକ, ଶାସ୍ତ୍ରୀ ନଗରସ୍ଥିତ ନମ୍ବର ୧୩ର ବିଲିଡିଂ ନମ୍ବର ୬୫ରେ ନିଆଁ ଲାଗିଥିଲା । ଏକ ୪ ମହଲା ଘରର ଗ୍ରାଉଣ୍ଡ ଫ୍ଲୋରରେ ପାର୍କିଂ ଥିବା ବେଳେ ସେଠାରୁ ପ୍ରଥମେ ନିଆଁ ଲାଗିଥିଲା । ଏହାପରେ ନିଆଁ ଚାରିଆଡେ ବ୍ୟାପୀ ଯାଇଥିଲା । ଏହାଦେଖି ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।

ସୂଚନା ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ବହୁ ପରିଶ୍ରମ ପରେ ନିଆଁକୁ କାବୁ କରିଥିଲେ । ଏହାପରେ ବିଲ୍ଡିଂରେ ସନ୍ଧାନ ଆରମ୍ଭ କରି ୪ ମୃତଦେହ ଉଦ୍ଧାର କରିଥିଲେ । ଏହି ଅଗ୍ନିକାଣ୍ଡରେ ୯ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୩ ପୁରୁଷ, ୪ ମହିଳା ଓ ୨ ଛୁଆ ଥିବା ଜଣାପଡିଛି ।