୧୦୮ ଫୁଟ ଉଚ୍ଚତା ବିଶିଷ୍ଟ ହନୁମାନ ପ୍ରତିମୂର୍ତ୍ତିର ଉଦଘାଟନ କଲେ ମୋଦି

ସାରା ଦେଶ ହନୁମାନଙ୍କ ବହୁ ଧୁମଧାମରେ ପାଳନ କରୁଛି । ଏହା ମଧ୍ୟରେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ମୋର୍ବିରେ ରାମ ଭକ୍ତଙ୍କ ୧୦୮ ଫୁଟ ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ସେ କହିଥିଲେ ଯେ ହନୁମାନ ଜୀ ସମସ୍ତଙ୍କୁ ତାଙ୍କର ଭକ୍ତି, ସେବା ସହିତ ଯୋଡିଛନ୍ତି। ସମସ୍ତେ ହନୁମାନ ଜିଙ୍କଠାରୁ ପ୍ରେରଣା ପାଆନ୍ତି । ସେଥିପାଇଁ ହନୁମାନ ଜୀ ଏକ ଭରତର ଏକ ଗୁରୁତ୍ୱପୂର୍ଣ୍ଣ ସୂତ୍ର । ସେପଟେ ଗୁଜରାଟର ମୋର୍ବିରେ ଭଗବାନ ହନୁମାନଙ୍କ ୧୦୮ ଫୁଟ ଉଚ୍ଚତାର ଏକ ମୂର୍ତ୍ତିକୁ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ଉଦଘାଟନ କରିଛନ୍ତି । ଏହି ପ୍ରତିମାକୁ ମୋର୍ବିରେ ଥିବା ପରମ ପୂଜ୍ୟ ବାପୁ କେଶବନନ୍ଦଙ୍କ ଆଶ୍ରମରେ ସ୍ଥାପିତ କରାଯାଇଛି । ଏହି ବିରାଟ ପ୍ରତିମା ନିର୍ମାଣ ୨୦୧୮ ମସିହାରେ ଆରମ୍ଭ ହୋଇଥିଲା । ଏହାର ମୂଲ୍ୟ ୧୦ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି । ଏହି ଅବସରରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଏବଂ ଅନ୍ୟ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ ।

ଏହି ସମୟରେ ମୋଦି ଜନତାଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ହନୁମାନ ହେଉଛନ୍ତି ଶ୍ରେଷ୍ଠ ଭାରତର ସୂତ୍ର । ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁଯାୟୀ ଏହି ପ୍ରତିମୂର୍ତ୍ତି ହନୁମାନଜୀ ଜାର ଧାମ ପ୍ରକଳ୍ପ ଅଧୀନରେ ନିର୍ମାଣ କରାଯାଇଛି । ଦେଶର ଚାରି ଦିଗରେ ଭଗବାନ ହନୁମାନଙ୍କ ପ୍ରତିମୂର୍ତ୍ତି ସ୍ଥାପିତ କରାଯିବ । ମୋର୍ବିରେ ତିଆରି ହୋଇଥିବା ହନୁମାନଙ୍କ ମୂତ୍ତି ହେଉଛି ଚାରୋଟିରୁ ଦ୍ୱିତୀୟ ପ୍ରତିମୂର୍ତ୍ତି । ହନୁମାନଜୀ ଚାର ଧାମ ପ୍ରକଳ୍ପ ୨୦୦୮ ରେ ଆରମ୍ଭ ହୋଇଥିଲା । ଏହା ଅଧିନରେ ପ୍ରଥମ ପ୍ରତିମୂର୍ତ୍ତୀ ୨୦୧୦ ମସିହାରେ ଶିମଲାରେ ସ୍ଥାପତି କରାଯାଇଥିଲା । ସେହିପରି ଦେଶର ଦକ୍ଷିଣରେ ଥିବା ରମେଶ୍ୱରମରେ ହନୁମାନଙ୍କର ତୃତୀୟ ପ୍ରତିମୂର୍ତ୍ତି କାମ ଆରମ୍ଭ ହୋଇଛି ବୋଲି ସୂଚନା ମିଳିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି ।