ଝାରସୁଗୁଡା : ଝାରସୁଗୁଡା ବିଧାୟକ ନବ ଦାସ ଶଙ୍ଖ ଫୁଙ୍କିବାକୁ ସଜବାଜ ହେଉଥିବା ଇଶାରା ଦେଲେଣି ା ନିକଟରେ ଝାରସୁଗୁଡାରେ ବିଜୁ ଏକ୍ସପ୍ରେସ୍ େଓ୍ବ ଉଦ୍ଘାଟନୀ ସମାରୋହରେ ନବ ବାବୁ ମୁଖ୍ୟମନ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ ା ପରେ ଅବଶ୍ୟ ବିଜେଡିରେ ସେ େଯାଗ ଦେବାର ସମ୍ଭାବନା ନାହó ବୋଲି ଗଣମାଧ୍ଯମକୁ କହିଥିଲେ ମଧ୍ଯ ତାଙ୍କ ‘ନା’ ଭିତରେ ‘ହଁ’ ଲୁଚି ରହିଥିବା ଚଚ୍ର୍ଚା ହେଉଛି ା ଗତ ୧୨ ତାରିଖରେ ଝାରସୁଗୁଡାର ପଞ୍ଚପଡା ହାଇସ୍କୁଲ ପଡିଆରେ ଉତ୍ସବର ଆୟୋଜନ ହୋଇଥିଲା ା ମୁଖ୍ୟମନ୍ରୀ ଅସ୍ଥାୟୀ ହେଲ୍ୟିାଡରେ ଓହ୍ଲାଇବା ପରେ ସେଠାରୁ ତାଙ୍କୁ ଏକ ବାଇକ ର୍ୟାଲିରେ ବିଜେଡି କର୍ମୀମାନେ ପାଛୋଟି ଆଣିଥିଲେ ସଭାସ୍ଥଳକୁ ା ରାଉରକେଲାରୁ ସମ୍ବଲପୁର ପର୍ଯ୍ୟନ୍ତ ୧୨୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା
୪ ଲେନ୍ ବିଶିଷ୍ଟ ବିଜୁ ଏକ୍ସପ୍ରେସ୍ େଓ୍ବକୁ ରାଜ୍ୟବାସୀଙ୍କ ଉଦ୍ଧେଶ୍ୟରେ ଉସôର୍ଗ କରିଥିଲେ ମୁଖ୍ୟମନ୍ରୀ ନବୀନ ପଟ୍ଟନାୟକ ା ଉଦ୍ଘାଟନ ସମାରୋହରେ େଯାଗ
ଦେଇଥିଲେ ପୂତ୍ର୍ତମନ୍ରୀ ପ୍ରଫୁଲ ମଲ୍ଲିକ ସଭାପତିତ୍ବ କରିଥିବା ବେଳ ସାଂସଦ ପ୍ରଭାସ, ରେଙ୍ଗାଲୀ ବିଧାୟକ ରମେଶ ପଟୁଆ, ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ଯକ୍ଷ କିଶୋର ମହାନ୍ତି, ଉଠା ଜଳସେଚନ ନିଗମ ଅଧ୍ଯକ୍ଷ ଅନୁସାଏ, କଂଗ୍ରେସ୍ର ଝାରସୁଗୁଡା ବିଧାୟକ ନବ ଦାସ, ତଳସରା କଂଗ୍ରେସ ବିଧାୟକ ପ୍ରଫୁଲ ମାଝୀ, ସୁନ୍ଦରଗଡ କଂଗ୍ରେସ ବିଧାୟକ େଯାଗେଶ ସିଂହଙ୍କ ସହ ରାଜଗାଙ୍ଗପୁର ବିଧାୟକ ମଙ୍ଗଳା କିସାନ, ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇଙ୍କ ସହ ରାଉରକେଲା ଉନ୍ନୟନ କତ୍ର୍ତୃକ୍ଷ ଅଧ୍ଯକ୍ଷ ଶାରଦା ନାଏକ ା କିନ୍ତୁ ଏହି ସଭାରେ ସମସ୍ତଙ୍କ ନଜର ଥିଲା ନବ ଦାସଙ୍କ ଉପରେ ା ନବ ଦାସ ଭାଷଣ ଆରମ୍ଭରୁ ନବୀନ ପଟ୍ଟନାୟକଙ୍କୁ ଆକୃଷ୍ଟ କରିବାକୁ ଇଂରାଜୀ ମିଶା ହିନ୍ଦି ଭାଷଣ ଦେଇ ପ୍ରଶଂସାରେ ତଙ୍କୁ ପୋତି ପକାଇଥିଲେ ା ମୁଖ୍ୟମନ୍ରୀଙ୍କୁ ବିକାଶର ଅନ୍ୟନାମ ବୋଲି କହିବା ସହ ଝାରସୁଗୁଡାର ସମସ୍ତ ଉନ୍ନୟନ କାମ ନବୀନଙ୍କ େଯାଗୁଁ ସମ୍ଭବ ହୋଇଛି ବୋଲି କହିବାକୁ ପଛାଇ ନଥିଲେ ା ନବ ଦାସଙ୍କ ଧାରାରେ ପ୍ରଫୁଲ ମାଝୀ ଓ େଯାଗେଶ ସିଂ ମଧ୍ଯ ନବୀନଙ୍କୁ ପ୍ରଶଂସା କରିବାକୁ ପଛାଇନଥିଲେ ା କଂଗ୍ରେସ ବିଧାୟକଙ୍କ ପ୍ରଶଂସାର ମାତ୍ର ଏତେ ଅଧିକ ଥିଲା ସଭାରେ ଉପସ୍ଥିତ ବିଜେଡି ବିଧାୟକଙ୍କ ପ୍ରଶଂସା
ଫିକା ପଡି ଯାଇଥିଲ ା ବିଜୁ ଏକ୍ସପ୍ରେସ ଦ୍ବାରା ରାଜ୍ୟର ଚତୁଦ୍ର୍ଧିଗକୁ ସଂେଯାଗ ସମ୍ଭବ ହେଲା ବୋଲି ମୁଖ୍ୟମନ୍ରୀ କହିବା ସହ ଏହା ରାଜ୍ୟର ଅର୍ଥନୈତିକ ପ୍ରଗତିର ସହାୟକ ହୋଇପାରିବ ବୋଲି ମତଦେଇ ଥିଲେ ା ଏହାଦ୍ବାରା ବିଜୁ ବାବୁ ଦେଖôଥିବା ସ୍ବପ୍ନ ଓ ତାଙ୍କ ଅଧୁରା କାର୍ଯ୍ୟକୁ ଶେଷ କରିବା ସମ୍ଭବ ହେବ ବୋଲି ମତଦେଇ ଖୁସି ବ୍ୟକ୍ତ କରିଥିଲେ ା ତେବେ ସଭାରେ ନବ ଦାସଙ୍କ ଭାଷଣକୁ ନେଇ ଝାରସୁଗୁଡା ଜିଲ୍ଲାରେ ବିଜେଡି କର୍ମୀମାନେ ଉସôାହିତ ହୋଇ ବତ୍ର୍ତମାନ କହିବା ଆରମ୍ଭ କଲେଣି ଗତ ୨ ବର୍ଷ ହେଲା ଆମେ ଯାହା କହୁଥିଲୁ ତାହା ହନୁ ମଲା ବେଳେ ସତ କହିଲା ଭଳି ନବ ମାନିଲେ ା କାରଣ ଗତ ୨ ବର୍ଷ ମଧ୍ଯରେ ନବ ଦାସ ସବୁବେଳେ କହି ଆସୁଛନ୍ତି ସେ ନିଜ ଉଦ୍ୟମରେ ଟଙ୍କା ଆଣି ଉନ୍ନତି କରିଛନ୍ତି, ଏଥିରେ ନବୀନ ବା ତାଙ୍କ ସରକାରଙ୍କ କୌଣସି ଭୂମିକା ନାହó ା ହଠାତ
ନବଙ୍କ ଏ ପ୍ରକାର ଭାଷଣକୁ ବିଜେଡି କର୍ମୀମାନେ ହଜମ କରି ପାରୁନାହାନ୍ତି ା ଦୀର୍ଘ ୧୫ ବର୍ଷ ଧରି ନବଙ୍କ ବିରୋଧରେ ଜିଲ୍ଲାରେ ସଂଗଠିତ ହୋଇଥିବା ବିଜେଡି କର୍ମୀ ତାଙ୍କୁ ଦଳରେ ମିଶାଇଲେ ବିରୋଦ କରିବେ ବୋଲି କହି ବୁଲିଲେଣି ା ଅନୁସାଏଙ୍କୁ ବିଜେଡିରେ ମିଶାଇ ଯାହା ଫଳ ମିଳିଥିଲା ଆଗାମୀ ଦିନରେ ନବଙ୍କୁ ଦଳରେ ମିଶାଇଲେ ସେହି ସ୍ଥିତି ଉପୁଜିବ ବୋଲି ରାଜନୈତିକ ମହଲରେ ଚଚ୍ର୍ଚା ହେଉଛି ା
Next Post