ଭୁବନେଶ୍ବର : ବିଜେପୁର ବିଧାନସଭା ଉପନିର୍ବାଚନ ପରେ କିଛି ପ୍ରଭାବଶାଳୀ ଯୁବନେତା ପୁଣିଥରେ ମନ୍ରୀ ପଦ ଫେରିାଇବେ ବୋଲି ଆଶା ବାନ୍ଧିଥିଲେ। ସେଥିାଇଁ ବିଜେପୁର ଉପନିର୍ବାଚନରେ ବିଜେଡିର ସଫଳତା ପାଇଁ କିଛି ଦଳୀୟ ନେତାଙ୍କୁ ପୁରସ୍କୃତ କରାଯାଇଛି। ଆଉ ଏହି ମଉକାରେ କିଛି ଯୁବନେତା ବି ମନ୍ରିମଣ୍ଡଳକୁ ଫେରିବେ ବୋଲି ଭାବିଥିଲେ। କିନ୍ତୁ ସେମାନଙ୍କର ଅସଲ ଉଦ୍ଧେଶ୍ୟ ବୁଝିବା ପରେ ବିଜେଡି ସୁ୍ରିମୋ ଓ କ୍ଷମତାକେନ୍ଦ୍ର ଏବେ ମନ୍ରିମଣ୍ଡଳ ଅଦଳବଦଳ ଅଧ୍ଯାୟକୁ ପୂରା ବନ୍ଦ କରିଦେଇଛନ୍ତି। ଶୁଣିବାକୁ ମିଳୁଛି, ମନ୍ରିମଣ୍ଡଳରେ ସାମିଲ ପାଇଁ ଦୁଇ ଜଣ ଯୁବନେତା କୁଆଡ଼େ ଦୁଇଟି ନିଦ୍ର୍ଧିଷ୍ଟ ସମ୍ବାଦପତ୍ରରେ ସେମାନଙ୍କୁ ସୁହାଇବା ଭଳି ଖବର ପ୍ରକାଶିତ କରିଥିଲେ। ଭାବିଥିଲେ ଏଭଳି ଖବର ମାଧ୍ଯମରେ ସେମାନେ ଚାପ ସୃଷ୍ଟି କରିବାରେ ସକ୍ଷମ ହେବେ। କିନ୍ତୁ ସେଥିରେ ସେମାନେ ସଫଳ ହେବା ପରିବତ୍ର୍ତେ ଓଲଟା ତାହା ସେମାନଙ୍କ ପାଇଁ ବୁମେରାଂ ହୋଇଛି। ମନ୍ରିମଣ୍ଡଳ ଅଦଳବଦଳ ହେଲେ ଦଳରେ ଅସନ୍ତୋଷ ବଢ଼ିବ ଓ ନିର୍ବାଚନ ପାଖେଇ ଆସୁଥିବାରୁ ଏଭଳି ଅଯଥା ସମସ୍ୟା ମୁଣ୍ଡାଇବାକୁ ଦଳ ଚାହୁଁନି ବୋଲି କୁଆଡ଼େ କ୍ଷମତାକେନ୍ଦ୍ର ରୋକ୍ଠୋକ୍ ଭାବେ ସେମାନଙ୍କୁ ଜଣାଇ ଦେଇଛନ୍ତି। କ୍ଷମତାକେନ୍ଦ୍ରଙ୍କ ମତିଗତି ଦେଖô ଏହି ଦୁଇ ଯୁବନେତା କୁଆଡ଼େ ପୂର୍ବରୁ ସ୍ଥିରୀକୃତ ବିଜେଡି ଯୁବ ଓ ମହିଳା ୟୁନିଟ୍ ମୁଖôଆ ପରିବତ୍ର୍ତନ କାର୍ଯ୍ୟକ୍ରମ ନ କରିବା ପାଇଁ ଅନୁରୋଧ କରିଥିଲେ। ଆଉ ସେଥିରେ କ୍ଷମତାକେନ୍ଦ୍ର ସମ୍ମତି ଜଣାଇଛନ୍ତି। ତେଣୁ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ମନ୍ରିମଣ୍ଡଳ କିମ୍ବା ବିଜେଡିର ଦୁଇ ମୁଖ୍ୟ ସଂଗଠନ (ଯୁବ ଓ ମହିଳା)ର ମୁଖ୍ୟ ବଦଳିବେ ନାହó ବୋଲି ଚଚ୍ର୍ଚା ହେଉଛି।